29.1 C
Bhubaneswar
Monday, January 19, 2026
Homeଦେଶ ବିଦେଶଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକର ଏଆଇଏଫଏଫର ଅଧ୍ୟକ୍ଷ ନିଯୁକ୍ତ

ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକର ଏଆଇଏଫଏଫର ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ : ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକରଙ୍କୁ ଦଶମ ଅଜନ୍ତା ଏଲୋରା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସମ୍ମାନିତ ଚେୟାରମ୍ୟାନ୍ ଭାବରେ ମନୋନୀତ କରାଯାଇଛି। ଆଶୁତୋଷଙ୍କ ନିର୍ମିତ ଅନେକ ଚଳଚ୍ଚିତ୍ର ଓସ୍କାର ପାଇଁ ମନୋନୀତ ହୋଇଛି। ତାଙ୍କର ଚଳଚ୍ଚିତ୍ର ଲଗାନ, ସ୍ଵଦେଶ, ଯୋଦ୍ଧା ଆକବର, ପାନିପଥ କେବଳ ଦର୍ଶକଙ୍କୁ ଆକର୍ଷିତ କରିନଥିଲେ ବରଂ ଫିଲ୍ମ ସମାଲୋଚକଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ସେ ଓସ୍କାର ପୁରସ୍କାର ପ୍ରଦାନ କରୁଥିବା ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସର ଏକ ଭୋଟିଂ ସଦସ୍ୟ ଅଟନ୍ତି। ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆସନ୍ତା ବର୍ଷ ଜାନୁୟାରୀ ୧୫ ରୁ ୧୯ ପର୍ଯ୍ୟନ୍ତ ଛତ୍ରପତି ସମ୍ୱଜିନଗରରେ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି।
ଏହାର ପ୍ରତିଷ୍ଠାତା-ଚେୟାରମ୍ୟାନ୍ ନନ୍ଦକିଶୋର କାଗଲିୱାଲ ଏବଂ ମୁଖ୍ୟ ପୃଷ୍ଠପୋଷକ ଅଙ୍କୁଶ୍ରାଓ କଡାମଙ୍କ ନେତୃତ୍ୱରେ ଆୟୋଜକ କମିଟି ମହୋତ୍ସବ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।। ତେବେ ଆୟୋଜକ କମିଟି ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ ସମ୍ପର୍କରେ ସଦସ୍ୟଙ୍କ ନାମ ଘୋଷଣା କରିଛି, ଯେଉଁଥିରେ ଆଶୁତୋଷ ଗୋୱାରିକର ଏବଂ ସୁନୀଲ ସୁକଥାକର ଅଛନ୍ତି।
ଅଜନ୍ତା ଏଲୋରା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ କାହା ଦ୍ୱାରା ଆୟୋଜନ ହୁଏ?
ଅଜନ୍ତା ଏଲୋରା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ମରାଠୱାଡା କଳା, ସଂସ୍କୃତି ଏବଂ ଚଳଚ୍ଚିତ୍ର ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ହୁଏ । ନାଥ ଗ୍ରୁପ୍, ଏମଜିଏମ୍ ୟୁନିଭରସିଟି, ଯଶୱନ୍ତଵାଓ ଚାଭାନ୍ ସେଣ୍ଟର ଦ୍ୱାରା ଏହା ଉପସ୍ଥାପିତ ହୋଇଛି । ଏହା ଏଫଆଇପିଆରଇଏସସିଆଇ ଏବଂ ଏଫଏଫଏସଆଇ ପରି ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ସମର୍ଥିତ। ଏହାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର, ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ ଏବଂ ମହାରାଷ୍ଟ୍ର ସରକାର ସ୍ୱୀକୃତି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking