28.1 C
Bhubaneswar
Thursday, May 22, 2025
Homeଓଡିଶାଖରା ଦିନେ ପେଟକୁ ଥଣ୍ଡା ରଖିବ ଅଞ୍ଜିର ଜୁସ୍

ଖରା ଦିନେ ପେଟକୁ ଥଣ୍ଡା ରଖିବ ଅଞ୍ଜିର ଜୁସ୍

ଭୁବନେଶ୍ୱର : ବର୍ତ୍ତମାନ ଚାଲିଛି ଗ୍ରୀଷ୍ମ ଋତୁ । ଏହି ଋତୁରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଏଥି ସହ ଲୋକମାନେ ମଧ୍ୟ ଚିନ୍ତାରେ ପଡିଲେଣି, ଯେ କିପରି ଖରା ଗରମରୁ ରକ୍ଷା ପାଇବେ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଖରାଦିନରେ ସାଧାରଣ ଭାବରେ ପେଟ ଗରମ ହୋଇଯାଏ । ଏଥି ସହ ପେଟ ସମସ୍ୟା ମଧ୍ୟ ଅଧୀକାଂଶ ସମୟରେ ଦେଖାଦିଏ । ଯଦି ଆପଣଙ୍କର ଏହି ସବୁ ସମସ୍ୟା ହେଉଛି, ତେବେ ଆପଣଙ୍କର ଏହି ଟେନସନକୁ ଆମେ ସମ୍ପୂର୍ଣ୍ଣ ଦୂର କରିବୁ । ତେବେ ଆସନ୍ତୁ ଜାଣିବା କ’ଣ କରିବା ଦ୍ବାରା ପେଟ ଥଣ୍ଡା ରହିବ ଏବଂ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ ।

ସାଧାରଣ ଭାବରେ ପ୍ରାୟ ସବୁ ଫଳ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ବର୍ତ୍ତମାନ ଆମେ ଆପଣଙ୍କୁ କହିବୁ ଯେ କେଉଁ ଫଳର ରସ ପିଇଲେ ପେଟ ଥଣ୍ଡା ରହିବା ସହ ଅନେକ ଫାଇଦା ମଧ୍ୟ ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହାର ନାମ କ’ଣ?

ଗ୍ରୀଷ୍ମ ଋତୁରେ ଶରୀରରେ ପାଣିର ଅଭାବ ଦେଖାଯାଏ । ଶରୀର ଜଳୀୟ ଅଂଶ କମିଯିବା ମାତ୍ରେ ଶକ୍ତି ହ୍ରାସ ପାଇବାକୁ ଲାଗେ । ଏପରି ପରିସ୍ଥିତିରେ, ଆପଣ କିଛି ତରଳ ପଦାର୍ଥ ପିଇ ଚାଲନ୍ତୁ ଏବଂ ନିଜକୁ ଗରମରୁ ରକ୍ଷା କରନ୍ତୁ । ସାଧାରଣ ପାଣି ବଦଳରେ, ଗ୍ଲୁକୋଜ୍ ପାଣି, ନଡ଼ିଆ ପାଣି ଏବଂ ତାଜା ଫଳ ରସ ପିଅନ୍ତୁ । ଏହା ଶରୀରକୁ ଶକ୍ତି ଯୋଗାଇବ ଏବଂ ଜଳ ଅଭାବକୁ ମଧ୍ୟ ପୂରଣ କରିବ। ଆପଣ ଚାହିଁଲେ, ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ସରବତ୍ ତିଆରି କରି ପିଇପାରିବେ ।

ଆପଣଙ୍କୁ କହିରଖୁଛୁ ଯେ ଗ୍ରୀଷ୍ମ ଋତୁରେ ଅଞ୍ଜିର ରସ ସ୍ବାସ୍ଥ୍ୟ ପାଇଁ ବେସ୍ ଉପଯୋଗୀ ବୋଲି କୁହାଯାଏ । ଅଞ୍ଜିର ଏକ ଶୁଖିଲା ଫଳ, କିନ୍ତୁ ଏହାକୁ ଫଳ ଭାବରେ କଞ୍ଚା ମଧ୍ୟ ଖିଆଯାଏ । ତେଣୁ ଆପଣ ଘରେ ଅଞ୍ଜୀର ଜୁସ୍ ତିଆରି କରି ପିଇପାରିବେ । ଏହା ଶରୀରକୁ ଅନେକ ଲାଭ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜୁସର ଅନେକ ଲାଭ ବିଷୟରେ ।

୧) ଶରୀର ରହିବ ଥଣ୍ଡା :
ଗ୍ରୀଷ୍ମଋତୁରେ ଅଧିକ ଗରମ ହୋଇଥାଏ । ଯାହା ଯୋଗୁଁ ଶରୀର ଡିହାଇଡ୍ରେଟ୍ ହୋଇଯାଏ । ଏପରି ପରିସ୍ଥିତିରେ କିଛି ଲୋକଙ୍କର ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇବା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଦେଇଥାଏ । ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଅଞ୍ଜିର ଜୁସ୍ ପିଅନ୍ତୁ । ଯାହା ଦ୍ବାରା ଆପଣଙ୍କ ସମସ୍ୟା ଦୂର ହେବ ଏବଂ ଆପଣଙ୍କୁ ରିଲାକ୍ସ ମଧ୍ୟ ଲାଗିବ ।

୨) ତୁରନ୍ତ ମିଳିବ ଏନର୍ଜି :
ଅଞ୍ଜିର ଜୁସ୍ କେବଳ ପେଟ ଥଣ୍ଡା ରଖେନାହିଁ ବରଂ ଏହାକୁ ପିଇଲେ ଆପଣଙ୍କୁ ହାଇ ଲେଭଲ ଏନର୍ଜି ମଧ୍ୟ ମିଳିପାରିବ । ଏଥି ସହ ଆପଣ ନିଜକୁ ସତେଜ ଅନୁଭବ କରିପାରିବେ । ଅଞ୍ଜିର ସୁଗାରରେ ପରିପୂର୍ଣ୍ଣ ଯାହା ଶରୀରକୁ ତୁରନ୍ତ ଏନର୍ଜି ମିଳିଥାଏ ଏବଂ କମଜୋର କିମ୍ବା ଥକ୍କାପଣ ଲାଗି ନଥାଏ । ଏଥି ସହ ଜାଣିରଖନ୍ତୁ ଯେ ଅଞ୍ଜିର ଜୁସ୍ ଶରୀର ପାଇଁ ବେସ୍ ଲାଭଦାୟକ ପ୍ରମାଣିତ ହୋଇଥାଏ ।

୩) ସ୍କିନ୍ ପାଇଁ ଲାଭଦାୟକ :
ଏହି ଜୁସ୍ ଖାଲି ଶରୀର ପାଇଁ ଲାଭଦାୟକ ହୋଇନଥାଏ ବରଂ ସ୍କିନ୍ ପାଇଁ ମଧ୍ୟ ବେସ୍ ଉପକାରୀ ହୋଇଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଅଞ୍ଜିର ଜୁସ୍ ପିଅନ୍ତି, ତେବେ ଆପଣଙ୍କ ସ୍କିନ୍ ପାଇଁ ଲାଭଦାୟକ ହେବ । ଏଥି ସହ ଆପଣଙ୍କ ଫେସରେ ହେଉଥିବା ପିମ୍ପଲ କିମ୍ବା ଡାର୍କ ସ୍ପଟକୁ ମଧ୍ୟ ସମୂର୍ଣ୍ଣ ଭାବରେ ଏଡାଇ ଦେବ ଏବଂ ଆପଣଙ୍କ ଫେସ ଗ୍ଲୋ କରିବାକୁ ଲାଗିବ ।

୪) ହାଡ଼ ମଜବୁତ୍ ହେବ :
ଅଞ୍ଜିର ହାଡ଼ ପାଇଁ ମଧ୍ୟ ଉପଯୋଗୀ ବୋଲି ବିବେଚନା କରାଯାଏ । ଅଞ୍ଜିରରେ କ୍ୟାଲସିୟମ ଏବଂ ଫସଫରସ ଭଳି ପୋଷକ ତତ୍ତ୍ବ ପ୍ରଚୁର ପରିମାଣରେ ମିଳିଥାଏ । ଏଥି ସହ ଅଞ୍ଜିରରେ ଭିଟାମିନ୍ କେ’ ମଧ୍ୟ ଥାଏ । ଏହି ସମସ୍ତ ଜିନିଷ ହାଡ଼ ଏବଂ ଦାନ୍ତ ପାଇଁ ଲାଭଦାୟକ ହେବ । ଅଞ୍ଜିର ଖାଇବା ଦ୍ବାରା ଅଷ୍ଟଓପୋରୋସିସ୍ ହେବାର ଆଶଙ୍କା ହ୍ରାସ ପାଇପାରେ ।

୫) ରକ୍ତହୀନତା କମ୍ ହେବ :
ଅଞ୍ଜିରକୁ ଆଇରନର ଏକ ଭଲ ଉତ୍ସ ଭାବରେ ବିବେଚନା କରାଯାଏ । ଏହା ବ୍ୟତୀତ ଅଞ୍ଜିରରେ ଭିଟାମିନ୍ ସି,’ ଭିଟାମିନ୍ ଏ, ମ୍ୟାଗ୍ନେସିୟମ, ପୋଟାସିୟମ ଭଳି ପୋଷକ ତତ୍ତ୍ବ ମିଳିଥାଏ । ଯାହା ଶରୀରରେ ରକ୍ତର ଅଭାବକୁ ପୂରଣ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking