36.1 C
Bhubaneswar
Thursday, March 5, 2026
Homeଓଡିଶାଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥାର ପଞ୍ଚମ ପରିଚାଳନାମଣ୍ଡଳୀ ବୈଠକ ଅନୁଷ୍ଠିତ

ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥାର ପଞ୍ଚମ ପରିଚାଳନାମଣ୍ଡଳୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜ୍ୟ ବିହନ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥାର ୫୧ ତମ ଓ ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥାର ପଞ୍ଚମ ପରିଚାଳନାମଣ୍ଡଳୀ ବୈଠକ କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ ପାଢୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟରେ ଜୈବିକ କୃଷି, ଜୈବିକ ପ୍ରମାଣନ ତଥା ପ୍ରମାଣିତ ବିହନ ଚାଷୀ ମାନଙ୍କ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରୁଛି । ରାଜ୍ୟ ସରକାରଙ୍କ ତରଫରୁ ଜୈବିକ ଚାଷ କୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ସହ ଆଗାମୀ ଦିନରେ ବଳଭଦ୍ର ଜୈବିକ ଚାଷ ମିଶନ ଅଧୀନରେ ଅଧିକ ଚାଷଜମି ସାମିଲ ହେବାକୁ ଯାଉଛି । ବର୍ତ୍ତମାନ ସମୟରେ ଅମୃତ ଅନ୍ନ ପ୍ରକଳ୍ପ ଜରିଆରେ ଶ୍ରୀମନ୍ଦିରରେ ମଧ୍ୟ ପ୍ରମାଣିତ ଜୈବିକ ଚାଉଳକୁ କୋଠଭୋଗରେ ବ୍ୟବହାର କରାଯାଉଛି। ତେବେ ରାଜ୍ୟରେ ଜୈବିକ କୃଷି କ୍ଷେତ୍ର ସଂଖ୍ୟା ବୃଦ୍ଧି କରିବା ସହ ଅଧିକ ଚାଷୀଙ୍କୁ ଏହି ପ୍ରମାଣନ ପ୍ରକ୍ରିୟାରେ ସାମିଲ କରିବାକୁ କୃଷି ସଚିବ ଏହି ବୈଠକରେ ଆହ୍ବାନ ଦେଇଥିଲେ ।କାର୍ଯ୍ୟକ୍ରମରେ କୃଷି ବିଭାଗ ନିର୍ଦ୍ଦେଶକ ଶୁଭମ୍ ସକ୍ସେନା ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ କୁଲାଙ୍ଗେ ଗୋରଖ ୱାମନ ଉପସ୍ଥିତ ଥିଲେ । ଏହା ସହ ଓଡ଼ିଶା ରାଜ୍ୟ ବିହନ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା ଓ ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥାର କୃଷି ଅଧିକାରୀ, ପରିଚାଳନା ମଣ୍ଡଳୀ ସଦସ୍ୟ ତଥା ଚାଷୀ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା ତରଫରୁ ସଫଳ କୃଷକଙ୍କ କାହାଣୀ ସମ୍ବଳିତ ପୁସ୍ତିକା ,ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା ଓ ଓଡ଼ିଶା ରାଜ୍ୟ ବିହନ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥାର ବାର୍ଷିକ ବିବରଣୀ ପୁସ୍ତିକା ମଧ୍ୟ ଉନ୍ମୋଚନ ହୋଇଥିଲା । ଚାଷୀ ମାନଙ୍କୁ ସଠିକ୍ ବିହନ ଓ ପ୍ରମାଣନ କିପରି ପ୍ରଦାନ କରିହେବ ସେ ଦିଗରେ ପ୍ରମୁଖ ଶାସନ ସଚିବ ଡ଼ ପାଢ଼ୀ ଗୁରୁତ୍ଵ ଦେଇଥିଲେ। ସମ୍ପୂର୍ଣ୍ଣ ବୈଠକରେ ଓଡ଼ିଶା ରାଜ୍ୟ ବିହନ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥାର ନିର୍ଦ୍ଦେଶକ ରବି ନାରାୟଣ ପଣ୍ଡା ବିଷୟବସ୍ତୁ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking