26.1 C
Bhubaneswar
Monday, March 23, 2026
Homeଓଡିଶାସୋଆରେ ପଂଚଦଶ ଏମଏସ ସ୍ୱାମୀନାଥନ ସ୍ମାରକୀ ବକ୍ତୃତା

ସୋଆରେ ପଂଚଦଶ ଏମଏସ ସ୍ୱାମୀନାଥନ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ବିଜ୍ଞାନ ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେ୍‌ରେ ପଂଚଦଶ ସ୍ୱାମୀନାଥନ୍ ସ୍ମାରକୀ ବକ୍ତୃତାମାଳା ସେପ୍ଟେମ୍ବର ୧୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବକ୍ତୃତାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ବିଶିଷ୍ଟ କ୍ଷେତ୍ର ବିଜ୍ଞାନୀ ଡ. ମନୋଜ କୁୁମାର ସିଂହ ମୁଖ୍ୟ ଆଲୋଚକ ଓ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ସ୍ଥାୟୀ କୃଷି ନିମନ୍ତେ କ୍ଷେତ୍ର ବିଜ୍ଞାନ ସ୍ତରୀୟ ଆଧୁନିକ ଗବେଷଣା ଗୁରୁତ୍ୱପୂର୍ଣ୍ଣ ଓ ଫସଲରେ ଅଣରାସାୟନିକ ପ୍ରୟୋଗର ଯଥାର୍ଥତାକୁ ନେଇ ଆଲୋଚନା କରିଥିଲେ। ଏଥିରେ କୃଷି ମହାବିଦ୍ୟାଳୟ ଭାରତୀୟ କୃଷିରେ କ୍ଷେତ୍ରବିଜ୍ଞାନ ସମ୍ବନ୍ଧିତ ଆଧୁନିକ ଗବେଷଣା କିପରି ସ୍ଥାୟୀ କୃଷିର ଏକ ମାଧ୍ୟମ ପାଲଟିବ ସେ ବିଷୟରେ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିଙ୍କ ସହିତ ଡକ୍ଟର ସିଂ ଆଲୋଚନା କରିଥିଲେ। ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବକ୍ତୃତାର ସଂଯୋଜକ ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ପ୍ରଫେସର ଅଶୋକ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଡ. ରାଜୀବ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking