28.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶନୋଏଡାରେ ଭୟଙ୍କର ଅଗ୍ନିକାଣ୍ଡ

ନୋଏଡାରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ନୋଏଡାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ରହିଛି । ସେକ୍ଟର ୬୫ରେ ଅବସ୍ଥିତ ଏକ କମ୍ପାନୀରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିପାଇଁ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ୧୫ଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁ ଲିଭାଇବାରେ ବ୍ୟସ୍ତ ଅଛନ୍ତି । ଏହି ଘଟଣା ଯୋଗୁଁ ନିକଟସ୍ଥ କମ୍ପାନୀଗୁଡ଼ିକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ଡିସିପି କହିଛନ୍ତି ଯେ ନୋଏଡାର ସେକ୍ଟର ୬୫ ରେ ଥିବା ଏକ ଇଲେକ୍ଟ୍ରୋନିକ୍ସ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ନିଆଁ ଲିଭାଇବା ପାଇଁ ୧୫ ଟି ଅଗ୍ନିଶମ ଗାଡି କାର୍ଯ୍ୟ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking