27.1 C
Bhubaneswar
Thursday, October 17, 2024
Homeଦେଶ ବିଦେଶଲେବାନନ୍‌ରୁ ହିଜ୍‌ବୁଲ୍ଲାର ପ୍ରଚଣ୍ଡ ହମଲା: ଇସ୍ରାଏଲ୍ ଉପରେ ୧୩୫ ରକେଟ୍ ମାଡ଼

ଲେବାନନ୍‌ରୁ ହିଜ୍‌ବୁଲ୍ଲାର ପ୍ରଚଣ୍ଡ ହମଲା: ଇସ୍ରାଏଲ୍ ଉପରେ ୧୩୫ ରକେଟ୍ ମାଡ଼

ବିରୁଟ୍‌: ଇସ୍ରାଏଲ୍ ଉପରେ ଲେବାନନ୍‌, ୟେମେନ୍ ଓ ଗାଜାରୁ ଜୋରଦାର ହମ୍‌ଲା କରାଯାଇଛି । ହମାସ୍ ଯୁଦ୍ଧକୁ ସୋମବାର ବର୍ଷେ ପୂରିବା ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଜରୁରି ୱାର କ୍ୟାବିନେଟ୍ ବୈଠକ ଡାକି ଆଲୋଚନା କରିଥିଲେ । ଇସ୍ରାଏଲ୍‌ରେ ଆଉ ଅକ୍ଟୋବର ୭ ଭଳି ଆକ୍ରମଣ ହେବନାହିଁ ବୋଲି ନେତନ୍ୟାହୁ କହିଥିଲେ । ସେପଟେ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସ୍ କରିଥିବା ଆକ୍ରମଣକୁ ଇରାନ୍‌ର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ପ୍ରଶଂସା କରିଛନ୍ତି । ନେତନ୍ୟାହୁଙ୍କ ଅଧ୍ୟକ୍ଷତାରେ ୱାର କ୍ୟାବିନେଟ୍ ବୈଠକ ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଜ୍‌ବୁଲ୍ଲା, ହମାସ୍ ଓ ହୁତି ପକ୍ଷରୁ ଆକ୍ରମଣ ହୋଇଥିଲା । ଲେବାନନ୍‌ରୁ ହିଜ୍‌ବୁଲ୍ଲା ୧୩୫ରୁ ଅଧିକ ରକେଟ୍ ମାଡ଼ କରିଥିଲା ବେଳେ ୟେମେନ୍‌ରୁ ସର୍‌ଫେସ୍‌-ଟୁ ସର୍‌ଫେସ୍ ମିସାଇଲ ଛଡ଼ାଯାଇଥିଲା ।

ସେହିଭଳି ହମାସ୍ ତେଲ୍ ଆଭିଭ୍ ଉପରେ ରକେଟ୍ ମାଡ଼ କରିଥିଲା । ତେବେ ତିନିତରଫା ଆକ୍ରମଣରେ ଇସ୍ରାଏଲ୍‌ର ସେଭଳି ବଡ଼ କ୍ଷତି ହୋଇନାହିଁ । ଏହାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ରକେଟ୍ ଓ ମିସାଇଲ୍‌କୁ ଖସାଇ ଦେଇଛି । ହିଜ୍‌ବୁଲ୍ଲା ଇସ୍ରାଏଲ୍‌ର ହାଇଫା ସହର ଉପରେ ରକେଟ୍ ମାଡ଼ କରିଥିଲା । ଏଥିରେ ଅତିକମ୍‌ରେ ୧୦ ଜଣ ଆହତ ହୋଇଛନ୍ତି । ୟେମେନ୍‌ରୁ ଛଡ଼ା ଯାଇଥିବା ରକେଟ୍‌ଗୁଡ଼ିକୁ ଗତିରୋଧ କରାଯାଇ ଖସାଇ ଦିଆଯାଇଥିବା ଇସ୍ରାଏଲୀ ବାୟୁସେନା କହିଛି । ଇସ୍ରାଏଲ୍ ମଧ୍ୟ ସୋମବାର ଗାଜା ଓ ଲେବାନନ୍‌ରେ ଏୟାର ଷ୍ଟ୍ରାଇକ୍ କରିଛି । ଆକ୍ରମଣରେ ଲେବାନନ୍‌ରେ ୧୦ ଅଗ୍ନିଶମ କର୍ମଚାରୀ ପ୍ରାଣ ହରାଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିଭଳି ୱେଷ୍ଟ ବ୍ୟାଙ୍କରେ ହୋଇଥିବା ହମ୍‌ଲାରେ ଜଣେ ୧୨ ବର୍ଷୀୟ ପାଲେଷ୍ଟିନୀୟ ନାବାଳକ ପ୍ରାଣ ହରାଇଛି । ଅନ୍ୟପକ୍ଷରେ ହିଜ୍‌ବୁଲ୍ଲାର ପରବର୍ତ୍ତୀ ମୁଖ୍ୟ ହାସେମ୍ ସାଫିଦ୍ଦିନ୍ ପ୍ରାଣ ହରାଇଥିବା ଖବର ନେଇ ସ୍ପଷ୍ଟ ହୋଇନାହିଁ ବୋଲି ଆଜି ଇସ୍ରାଏଲ୍ ସରକାର କହିଛନ୍ତି । ଗତ ସପ୍ତାହରେ ବିରୁଟ୍‌ରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ସାଫିଦ୍ଦିନ୍ ନିପାତ ହୋଇଥିବା କୁହାଯାଇଥିଲା । ଲେବାନନ୍ ସୀମାରେ ଇସ୍ରାଏଲ ପକ୍ଷରୁ ଅଧିକ ସୈନ୍ୟ ମୁତୟନ କରାଯାଇଛି । ସେପଟେ ଡେନ୍‌ମାର୍କରେ ଥିବା ଇସ୍ରାଏଲ୍‌ର ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି । ଗାଜାର ଖାନ୍ ୟୁନିସ୍‌ରେ ଆଜି ଇସ୍ରାଏଲ୍ ମିସାଇଲ୍ ମାଡ଼ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking