18.1 C
Bhubaneswar
Thursday, December 18, 2025
Homeଓଡିଶାଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା

ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା

ସୁନ୍ଦରଗଡ଼/ ଭୁବନେଶ୍ବର:  ସୁନ୍ଦରଗଡ଼ ଜିଲ୍ଲାର ନୋଡାଲ ଅଧିକାରୀ ତଥା ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଦୁଇ ଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପ, ଯୋଜନା ଆଦିର କାର୍ଯ୍ୟକାରିତା ତଥା ଅଗ୍ରଗତି ସମୀକ୍ଷା କରିବା ସହିତ ହିତାଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଏହା ସହିତ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ଏହି ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସେହିଭଳି ନିୟମିତ ଭାବେ ବିଭାଗର ଯୋଜନା, ପ୍ରକଳ୍ପ, କାର୍ଯ୍ୟକ୍ରମ ଆଦିର ନିରୀକ୍ଷଣ କରିବା ସହିତ ସେ ସମ୍ବନ୍ଧୀୟ କୌଣସି ବ୍ୟବଧାନ ରହିଥିଲେ ତାହାର ନିରାକରଣ କରାଯିବା ଆବଶ୍ୟକ କହିଥିଲେ। ଏହା ସହିତ ଜନସାଧାରଣଙ୍କର ସମସ୍ୟା ଗୁଡ଼ିକର ତ୍ଵରିତ ସମାଧାନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।

ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ସମସ୍ୟା ଆଦି ଉପରେ ଆଲୋଚନା କରାଯାଇଥିଲା । ସେହିଭଳି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଭିତ୍ତିଭୂମି, ସ୍ମାର୍ଟ କ୍ଲାସ ରୁମ୍, ପି ଏମ ଶ୍ରୀ ବିଦ୍ୟାଳୟ ଆଦି ଉପରେ ଆଲୋଚନା କରାଯିବା ସହିତ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଛାତ୍ରଛାତ୍ରୀ ମାନଙ୍କର ପାଠ ସମ୍ବନ୍ଧୀୟ ସନ୍ଦେହ ସମାଧାନ ତଥା ପ୍ରତିକ୍ରିୟା ନିଆଯିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗ ଓ ୱାଟକୋ ର ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ଏବଂ ବିଶେଷ କରି ପରିମଳ ବ୍ୟବସ୍ଥା ଏବଂ ଉପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ସେହିଭଳି କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରାଯିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରିବା ସମୟରେ ଆନୁଷଙ୍ଗିକ ବିଭାଗ ଗୁଡିକ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସେହିପରି ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷ ରୁ ଭିତ୍ତିଭୂମି, ମାନବ ସମ୍ବଳ ଆଦି ଉପରେ ଆଲୋଚନା କରାଯାଇଥିଲା ଏବଂ ହଷ୍ଟେଲ ତଥା ଶୌଚାଳୟ ଗୁଡ଼ିକର ସ୍ୱଚ୍ଛତା ବଜାୟ ରଖାଯିବା ନେଇ ଆଲୋଚନା କରାଯାଇଥିଲା। ଏହା ସହିତ ବ୍ୟକ୍ତିଗତ ସ୍ଵଚ୍ଛତା ନେଇ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିଭଳି ମହିଳା ଓ ଶିଶୁ ବିକାଶ, ଜିଲ୍ଲା ଯୋଗାଣ ବିଭାଗ, ଟି ପି ଡବ୍ଲୁ ଡି ଏଲ୍, ସାମାଜିକ ସୁରକ୍ଷା ବିଭାଗ, ସମବାୟ ଆଦି ଅନ୍ୟାନ୍ୟ ବିଭାଗ ଗୁଡ଼ିକ ର ବିଭିନ୍ନ ପ୍ରକଳ୍ପ ଯୋଜନା ଆଦି ଉପରେ ଆଲୋଚନା କରାଯାଇଥିଲା ଏବଂ ବିଭାଗୀୟ ଅଧିକାରୀ ମାନେ ନିଜ ବିଭାଗ ଅର୍ନ୍ତଗତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ମତାମତ ମଧ୍ୟ ପ୍ରଦାନ କରିଥିଲେ। ସେହିଭଳି ଆକାଂକ୍ଷା ବ୍ଲକ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୌର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ତେଜସ୍ଵିନୀ ବେହେରା, ଆଇ ଏ ଏସ ଶିକ୍ଷାନବିଷ ସୁଶ୍ରୀ ଫାବୀ ରସିଦ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଆଜି ଜିଲ୍ଲା ର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ। ଲାଠିକଟା ବ୍ଲକ୍ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଟାଇଁସର ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ପି ଆର୍ ଆଇ ସଦସ୍ୟ ତଥା ସମସ୍ତ ଅଧିକାରୀ ମାନଙ୍କ ଆଲୋଚନା କରିଥିଲେ। ପରେ ପରେ ଟାଇଁସର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ କରିଥିଲେ। ସେହିଭଳି କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରାମ୍ୟ ଶିଳ୍ପ ପାର୍କ ପରିଦର୍ଶନ କରିଥିଲେ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କର ବିଭିନ୍ନ କାର୍ଯ୍ଯ ଦେଖିବା ସହିତ ସେମାନଙ୍କ ସହ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking