ଭୁବନେଶ୍ୱର: ସାର କଳାବଜାରୀ ଓ ବେଆଇନ ବିକ୍ରି ରୋକିବାକୁ କଡା ଆକ୍ସନ ନିଆଯାଇଛି । ଏନଫୋର୍ସମେଣ୍ଟ ସ୍କ୍ୱାଡ ଦ୍ୱାରା ୭୦୦୧ ଲାର ବିକ୍ରୟ କେନ୍ଦ୍ରରେ ଚଢାଉ ଚାଲିଛି । ୨୦୧୧ ନିୟମ ଉଲ୍ଲଙ୍ଘନକାରୀ ବିକ୍ରେତାଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ । ୩୫ ଦୋକାନରେ ବିକ୍ରି ବନ୍ଦ ସହ ୧୨ଟି ବିକ୍ରି ସାମଗ୍ରୀ ଜବତ ହୋଇଛି । ୫ ବିକ୍ରେତାଙ୍କ ନାଁରେ ଅପରାଧିକ ମାମଲା, ୭୭ ଡିଲରଙ୍କ ଲାଇସେନ୍ସ ବାତିଲ ହୋଇଛି । ଅରବିନ୍ଦ ମହାପାତ୍ର ଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ ଉତ୍ତର ରଖିଛନ୍ତି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ।ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇପାରନ୍ତି ଶାସକ ଏବଂ ବିରୋଧୀ । ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦେଇପାରେ ମୁଖ୍ୟ ବିରୋଧୀ ବିଜେଡି । ସେପଟେ ଶକ୍ତି, କୃଷି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ରହିଛି ପ୍ରଶ୍ନକାଳ ।










