ଭୁବନେଶ୍ୱର: ସାର ରାଜନୀତି ପ୍ରସଙ୍ଗରେ ହିସାବ ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । କହିଛନ୍ତି, ମହଜୁଦ ଅଛି ଆହୁରି ୧ ଲକ୍ଷ ୮୦ ହଜାର ଟନ ସାର । ଗତବର୍ଷ ଚଳିତ ମାସ ସୁଦ୍ଧା ୮.୫୦ ଲକ୍ଷ ଟନ ସାର ବଣ୍ଟାଯାଇଥିଲା । ଚଳିତବର୍ଷ ୧୦ ଲକ୍ଷ ୮୫ ହଜାର ଟନ ସାର ବଣ୍ଟାସରିଲାଣି । ପର୍ଯ୍ୟାପ୍ତ ସାର ମହଜୁଦ ଅଛି । ଆବଶ୍ୟକ ହେଲେ ଆହୁରି ମଗେଇବୁ । ଚଳିତବର୍ଷ ଅଧିକ ଧାନ ଚାଷ କରାଯାଇଛି । ଆଗୁଆ ବର୍ଷା ଯୋଗୁଁ ଶୀଘ୍ର ସାର ଦରକାର ହେଲା । ଯେଉଁଠି ସାର କଳାବଜାରୀ ହେବ ଆକ୍ସନ ହେବ ।









