22.1 C
Bhubaneswar
Wednesday, December 10, 2025
Homeଓଡିଶାଫେରୋକ୍ରୋମ, ଓ ଏମ ସି ଲିଃ କର୍ତ୍ତ୍ତୃପକ୍ଷ ଙ୍କ ବିଦ୍ୟାଳୟ ସ୍ଥାନାନ୍ତର ଓ ଶିକ୍ଷକ ମାରଣନୀତି...

ଫେରୋକ୍ରୋମ, ଓ ଏମ ସି ଲିଃ କର୍ତ୍ତ୍ତୃପକ୍ଷ ଙ୍କ ବିଦ୍ୟାଳୟ ସ୍ଥାନାନ୍ତର ଓ ଶିକ୍ଷକ ମାରଣନୀତି ବିରୁଦ୍ଧରେ ଜନସଭା 

ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡ ସ୍ଥିତ ଫେରୋକ୍ରୋମ କଲୋନୀରେ ଅବସ୍ଥାପିତ କ୍ରୋମନଗର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଦ୍ବୟ ଯଥାକ୍ରମେ ୧୯୬୭ ଓ ୧୯୭୦ ମସିହାରୁ ଓଡିଶା ଶିଳ୍ପନିଗମ ଲିଃ ଦ୍ୱାରା ଅବସ୍ଥାପିତ ହୋଇ ଦୀର୍ଘ ୫୮ ବର୍ଷ ଧରି ଏ ଅଞ୍ଚଳରେ ଶିକ୍ଷାର ଗୌରବ ବଜାୟ କରି ଆସୁଥିବା ବେଳେ ୨୦୨୩ ମସିହା ଜୁନ ମାସରେ ଓଡିଶା ଶିଳ୍ପନିଗମ ର ଓଡିଶା ଖଣିନିଗମ ସହ ସମ୍ମିଶ୍ରଣ ପରେ ଏଠାକାର କାରଖାନା କର୍ତ୍ତ୍ତୃପକ୍ଷ ବିଦ୍ୟାଳୟ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଏହାକୁ ଉଚ୍ଛେଦ କରିବାକୁ ମସୁଧା କରୁଛନ୍ତି |ବିଦ୍ୟାଳୟ ଅସୁରକ୍ଷିତ ଦର୍ଶାଇ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି |ବିଦ୍ୟାଳୟ ସ୍ଥାନାନ୍ତର ହେଲେ ତାର ସୁଯୋଗ ନେଇ ବିଦ୍ୟାଳୟକୁ ଭାଙ୍ଗି ସେହି ସ୍ଥାନରେ ଏକ କଲ୍ୟାଣ ମଣ୍ଡପ କରିବାକୁ ଯୋଜନା କରୁଛନ୍ତି | ଏହାର ପ୍ରତିବାଦରେ ସ୍କୁଲ୍ ସୁରକ୍ଷା କମିଟି ୮ମାସ ଧରି ଉଚ୍ଚ କର୍ତ୍ତୃପକ୍ଷ ଓ ଜନ ପ୍ରତିନିଧି ମାନଙ୍କୁ ଏହି ବିଦ୍ୟାଳୟର ସୁରକ୍ଷା ନିମନ୍ତେ ଅବଗତ କରିଆସୁଛନ୍ତି |ସେମାନଙ୍କର ଏହି ଗୁପ୍ତ ଯୋଜନାକୁ ପଣ୍ଡକରି ବିଦ୍ୟାଳୟ କୁ ସେହି ସ୍ଥାନରେ ପୁନଃନିର୍ମାଣ କରିବାପାଇଁ ବିଦ୍ୟାଳୟ ଦ୍ବୟର ସୁରକ୍ଷା କମିଟି ଅନେକ ପଦକ୍ଷେପ ଯଥା ଗତ ତା ୨୯.୦୮ କାରଖାନା କର୍ତ୍ତ୍ତୃପକ୍ଷ ମିଳିତ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ, ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦ୍ବାରା ଆୟୋଜିତ ଜନ ଶୁଣାଣି ଶିବିର ରେ ବିଦ୍ୟାଳୟକୁ ସୁରକ୍ଷିତ କରିବା ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କର ସମସ୍ୟାକୁ ତୁରନ୍ତ ସମାଧାନ ନିମନ୍ତେ କରିବାପାଇଁ ଜିଲ୍ଲାପାଳ ମହୋଦୟା ସ୍ଥାନୀୟ କାରଖାନା ମୁଖ୍ୟ ରଶ୍ମିରଂଜନ ପରିଡାଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା ସତ୍ତ୍ୱେ ଅଦ୍ୟାବଧି ସେ ମହାଶୟ କୌଣସି ଗୋଟିଏ ସମସ୍ୟାର ସମାଧାନ ନକରି ବିଦ୍ୟାଳୟ ଦ୍ବୟକୁ ଉଚ୍ଛେଦ କରିବାକୁ ନିଜ ଜିଦରେ ଅଟଳ ରହୁଛନ୍ତି |

ପ୍ରକାଶଥାଉ କି ଓ ଏମ ସି ଲିଃ ପରିଚାଳିତ ଅନ୍ୟ ବିଦ୍ୟାଳୟ ମାନଙ୍କରେ (କାଲିଆପାଣି, ଦୈତାରୀ)ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଉଥିବା ବେଳେ ଏଠାରେ ତାର ବ୍ୟତିକ୍ରମ ବୋଲି ସୁରକ୍ଷା କମିଟି ଅଭିଯୋଗ କରିଆସୁଅଛି, ଏହାର ପ୍ରତିବାଦରେ ଆଜି ସୁରକ୍ଷା କମିଟିର ସଭାପତି ତଥା ପୂର୍ବତନ ରାଜ୍ୟ ଶିକ୍ଷକ ନେତା ପିତବାସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜନ ସଭା ଓ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ସଭାର ପ୍ରାରମ୍ଭ ରେ ସୁରକ୍ଷା କମିଟିର ସମ୍ପାଦକ ତଥା ଶିକ୍ଷକ ନେତା ସଂଗ୍ରାମ କେଶରୀ ପହି, ପୁର୍ବତନ ବ୍ଲକ୍ ଶିକ୍ଷା ଅଧିକାରୀ ଇନ୍ଦ୍ରମଣି ଭୂୟାଁ ସଭାରେ ସୂଚନା ପ୍ରଦାନ କରିଥିଲେ | ଏହି ଜନ ସଭାରେ ବିଶିଷ୍ଟ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି,ବ୍ୟାସନଗର ପୌରପରିଷଦର ଅଧକ୍ଷ ଶ୍ରୀ ସୁବାସ ଚନ୍ଦ୍ର ବଳ, ବ୍ୟାସନଗର ପୌରପାରିଷଦର ଏକ ନମ୍ବର ୱାର୍ଡ ର ପାରିଷଦ ଶ୍ରୀ ବିଜୟ କୁମାର ଜେନା, ଦୁଇ ନମ୍ବର ୱାର୍ଡ ର ପାରିଷଦ କୁନି ହାଁସଦା,ତିନି ନମ୍ବର ୱାର୍ଡ ର ପାରିଷଦଙ୍କ ପ୍ରତିନିଧି ଶ୍ରୀ ଅନୁପ କୁମାର ନାୟକ, ମନୋଜ ପରିଡା, ଶ୍ରମିକନେତା ପ୍ରଫୁଲ୍ଲ ନାୟକ, ବରିଷ୍ଠ ଆଇନଜିବୀ ବ୍ରଜକିଶୋର ପତି, ବିଶିଷ୍ଟ ଶିକ୍ଷାବିତ ଶ୍ରୀ ସଞ୍ଜୟ କୁମାର ଦେଓ ଓ କମିଟିର ସମସ୍ତ କର୍ମକର୍ତ୍ତା ଛାତ୍ର ଅଭିଭାବକ ପୂରାତନ ଛାତ୍ର ଛାତ୍ରୀ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତିରେ ଜନ ସଭାରେ ବିଭିନ୍ନ ପ୍ରସ୍ତାବ ଉପରେ ଗୁରୁତ୍ଵ ଆରୋପ କରି କହିଲେକି ବିଦ୍ୟାଳୟ ଅବସ୍ଥିତ ସ୍ଥାନରେ ନୂତନ ଗୃହ ନିର୍ମାଣ, ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ସୁରକ୍ଷା ଆଇନ ଅନୁଯାଇ ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସପ୍ତମ ବେତନ କମିଶନ ଅନୁସାରେ ବେତନ ନିର୍ଦ୍ଧାରଣ ଓ ଦୁଇଜଣ ଅସ୍ଥାୟୀ ଶିକ୍ଷା କର୍ମଚାରୀଙ୍କୁ ସ୍ଥାୟୀ କରିବାପାଇଁ ଏକ ଜନ ସଭା ଓ ସାମ୍ବାଦିକ ସମ୍ମିଳନୀ କରାଯାଇ ଏ ସବୁ ବିଷୟ କାରଖାନା କର୍ତ୍ତ୍ତୃ ପକ୍ଷଙ୍କୁ ପୁନର୍ବାର ଚିଠି ମାଧ୍ୟମରେ ଅବଗତ କରାଯାଇ ଏହାର ସ୍ଥାୟୀ ସମାଧାନ କରିବାକୁ ନିଷ୍ପତି ନିଆଯାଇଥିଲା | ଏହାକୁ ନେଇ କାରଖାନା କର୍ତ୍ତ୍ତୃପକ୍ଷ ପୁନଃବିଚାର ନ କଲେ ଏକ ଦୁର୍ବାର ଜନଆନ୍ଦୋଳନ କାରଖାନାର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ଭୁନେଶ୍ବରସ୍ଥିତ ଖଣି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବାକୁ ନେତ୍ରୁ ବୃନ୍ଦ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ, ଶେଷରେ ସୁରକ୍ଷା କମିଟିର ସହ ସମ୍ପାଦକ ଅନୁପ କୁମାର ରାଉତ୍ ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking