19.1 C
Bhubaneswar
Wednesday, February 11, 2026
Homeଓଡିଶାସମ୍ପର୍କୀୟ ଭଉଣୀଙ୍କୁ ବଳାତ୍କାର କରି ଅଭିଯୁକ୍ତ ଫେରାର

ସମ୍ପର୍କୀୟ ଭଉଣୀଙ୍କୁ ବଳାତ୍କାର କରି ଅଭିଯୁକ୍ତ ଫେରାର

ଜଗତସିଂହପୁର: ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳରେ ସମ୍ପର୍କୀୟ ଭଉଣୀଙ୍କୁ ବଳାତ୍କାର କରି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏନେଇ ପୀଡ଼ିତାଙ୍କ ମା’ ବୁଧବାର ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ନାବାଳିକା ଦଶମ ଶ୍ରେଣୀର ଛାତ୍ରୀ। ୧୪ ତାରିଖ ରାତି ପ୍ରାୟ ୮ଟାରେ ପୀଡ଼ିତାଙ୍କ ବଡ଼ବାପାଙ୍କ ପୁଅ ତଥା ଅଭିଯୁକ୍ତ ସାରଦା ପ୍ରସାଦ ମଲ୍ଲ ନାବାଳିକା ଭଉଣୀଙ୍କୁ ଜୋର ଜବରଦସ୍ତ ଘରୁ ଟାଣି ନେଇ ବାରିପଟେ ଥିବା କଦଳୀ ବଣ ନିକଟରେ ବଳାତ୍କାର କରିଥିଲେ। ଗୋଟିଏ ଦିନ ବିଳମ୍ବରେ ଥାନାରେ ଅଭିଯୋଗ ହେବାରୁ ସାରଦା ଫେରାର ହେବାକୁ ସୁଯୋଗ ପାଇଗଲେ। ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ସବ୍‌ଇନ୍ସପେକ୍ଟର ରଶ୍ମି ରଞ୍ଜନ ସାହୁ କହିଛନ୍ତି। ଅଭିଯୁକ୍ତ ସାରଦା ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking