19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଅପରାହ୍ନରେ ଲ୍ୟାଣ୍ଡଫଲ କରିପାରେ ଫେଙ୍ଗଲ

ଅପରାହ୍ନରେ ଲ୍ୟାଣ୍ଡଫଲ କରିପାରେ ଫେଙ୍ଗଲ

ବ୍ୟୁରୋ: ଆଜି ଅପରାହ୍ଣରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଫେଙ୍ଗଲ। ପୁଡୁଚେରୀ ନିକଟ କରାଇକଲ ଓ ମହାବଲୀପୁରମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିପାରେ। ଅତିବେଶୀରେ ୯୦ କିଲୋମିଟର ଝଟକା ଦେବା ସମ୍ଭାବନା ରହିଛି। ଏବେ ପୁଡୁଚେରୀଠାରୁ ୧୮୦ ଓ ଚେନ୍ନାଇଠାରୁ ୧୯୦ କିଲୋମିଟର ଦୂରରେ ରହିଛି ବାତ୍ୟା ଫଙ୍ଗାଲ। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଚେନ୍ନାଇ ସହରର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ବାତ୍ୟା ପ୍ରଭାବରେ ଓଡ଼ିଶାରେ ବି ମେଘୁଆ ପାଗ ଦେଖିବାକୁ ମିଳିଛି। ଆଜି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking