24.1 C
Bhubaneswar
Tuesday, February 10, 2026
Homeଓଡିଶାଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ସୋଆ ମହିଳା ଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ

ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ସୋଆ ମହିଳା ଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ

ଭୁବନେଶ୍ୱର, : ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ଶ୍ରମଶକ୍ତିକୁ ନିକଟରେ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ଭୂଷିତ କରାଯାଇଛି । ଦେଶର ଅଗ୍ରଣୀ ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ‘ସୋଆ ୱିମେନ୍ ୱାର୍କଫୋର୍ସ’ କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
କୋଲକାତା ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ସମାଜରେ ସକାରାତ୍ମକ ପରିବର୍ତନ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମହିଳା ଓ ମହିଳା କାର୍ଯ୍ୟକାରୀ ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ବିଶେଷ କରି ପୂର୍ବ ଭାରତରେ ସମାଜର ବିଭିନ୍ନ ବର୍ଗରେ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ପୂର୍ବ ଏବଂ ଉତର-ପୂର୍ବ ଭାରତରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରିୟୁ ଫ୍ଲେମିଂ ଏବଂ ଆଲାଏନ୍ସ ଫ୍ରାଂଚାଇଜି ଡୁ ବେଙ୍ଗାଲେ ର ନିର୍ଦ୍ଦେଶକ ଶ୍ରୀ ନିକୋଲାସ ଫାସିନୋ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ । ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ ।
ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନ୍‌ଆଇଆରଏଫ୍‌) ର‌୍ୟାଙ୍କିଙ୍ଗ ୨୦୨୪ ଅନୁଯାୟୀ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଥିବା ସୋଆରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୫୪ ପ୍ରତିଶତ ହେଉଛନ୍ତି ଛାତ୍ରୀ । ସେହିପରି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ୪୨ ପ୍ରତିଶତ ମହିଳା ରହିଛନ୍ତି ।
ବିଶ୍ୱବିଦ୍ୟାଳୟରେ ପ୍ରାୟ ୪୫ ଜଣ ମହିଳା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଥିବା ବେଳେ ପ୍ରଫେସର ମଞ୍ଜୁଳା ଦାସ ବିଶ୍ୱବିଦ୍ୟାଳୟର କଂଟ୍ରୋଲର ଅଫ୍ ଏଗଜାମିନେସନ୍ ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି ସୋଆର ୧୧ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସମ୍ ନର୍ସିଂ କଲେଜ୍‌ର ଡିନ, ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ଏବଂ ପ୍ରଫେସର ନୀତା ମହାନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ସେହିପରି ବିଶ୍ୱବିଦ୍ୟାଳୟର ପ୍ରାୟ ୨୫ଟି ବିଭାଗରେ ମହିଳାମାନେ ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ୱରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking