ରାଉରକେଲା: ଭୁଶୁଡୁଛି ମାଓ ଗଡ । ମାଓବାଦୀଙ୍କ ପାଇଁ ଡେଡ୍ ଲାଇନ୍ ଆଉ ଗୋଟିଏ ଦିନ । ଏହି ସମୟରେ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ମାଓ ସଂଗଠନକୁ ବିଦାୟ ଦେଇ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଲିସର ନିକଟରେ କରିଛନ୍ତି ଆତ୍ମସମର୍ପଣ ।ରାଉରକେଲା ପୋଲିସ ନିକଟରେ ୧୯ ବର୍ଷିଆ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମହିଳା ମାଓବାଦୀ ଜଣଙ୍କ ମାଓ ସଂଗଠନର ଏଲ୍.ଜି.ଏସ୍.ଏମ୍ ଥିଲେ ଜଣେ ସକ୍ରିୟ ସଦସ୍ୟା । ତାଙ୍କ ଘର ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗରା ଥାନା ଅନ୍ତର୍ଗତ ହୋଲୋମୁଲି ଗ୍ରାମରେ । ସେ ମାଓବାଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସଂଗଠନରେ ସାମିଲ ହୋଇଥିଲେ ।










