20.1 C
Bhubaneswar
Sunday, December 7, 2025
Homeଓଡିଶାଜୀବନ ହାରିଲେ ମହିଳା ହୋମଗାର୍ଡ

ଜୀବନ ହାରିଲେ ମହିଳା ହୋମଗାର୍ଡ

ଭୁବନେଶ୍ୱର: ବିଷ ପିଇ ଜୀବନ ହାରିଲେ ମହିଳା ହୋମଗାର୍ଡ । ମୃତ ମହିଳା ହୋମଗାର୍ଡ ହେଉଛନ୍ତି ସୁଜାତା ରାଣୀ କର । ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରେ ବିଷ ପିଇ ଜୀବନ ହାରିଥିଲେ । ଗତକାଲି ବିଷପିଇ ଜାବନ ହାରିଥିବା ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ସୂଚନା ଯୋଗ୍ୟ ମହିଳା ହୋମଗାର୍ଡ ସ୍ୱାମୀଙ୍କ ୬ ମାସ ତଳେ ଦେହାନ୍ତ ହୋଇଥିଲା । ତାଙ୍କର ୨ ଟି ଛୁଆ ଅଛନ୍ତି । ମାତ୍ର ୩ ମାସ ତଳେ ଚାକିରିରେ ଯୋଗ ଦେଇଥିଲେ । ତେବେ ମାନସିକ ଦୁଶ୍ଚିନ୍ତାରୁ ଜୀବନ ହାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯାଗ ଆଧାରରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଆରମ୍ଭ କରୁଛି ପୋଲିସ । ତେବେ ମହିଳା ହୋମଗାର୍ଡଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ମହିଳା ହୋମଗାର୍ଡ ଏଭଳି କାହିଁକି ଚରମ ନିଷ୍ପତ୍ତି ନେଲେ ? ସ୍ୱାମୀଙ୍କ ଦୁଃଖରେ ନା ଅନ୍ୟ କିଛି କାରଣ । ଜୀବନ ହାରିବା କଣ ଶେଷ ନିଷ୍ପତ୍ତି । ତେବେ ଏହି ଘଟଣାରେ ପୋଲିସ ତଦନ୍ତ କରି କେତେଦୂର ସତ୍ୟାସତ୍ୟ ବାହାର କରିବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking