ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ । ଭିଆଇପି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭକ୍ତ । ତେବେ ଜାଗର ପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ । ଲିଙ୍ଗରାଜ ମନ୍ଦିରରେ ଚାଲିଥିଲା ଦର୍ଶନ । ହେଲେ ଭିଆଇପିଙ୍କ ଦର୍ଶନ ପାଇଁ ହୋଇଥିବା ଲାଇନ୍ରେ ଜଣେ ମହିଳା ଭକ୍ତ ପ୍ରବେଶ କରିଥିଲେ । ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା ଲୋକେ ଏବଂ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି । କିଛି ସମୟରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେପଟେ ଧାଡ଼ି ଦର୍ଶନରେ ଯାଉଥିବା ବେଳେ ଜଣେ ମହିଳା ଭକ୍ତ ହଠାତ୍ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବା ଲାଗି ମହିଳା ଜଣଙ୍କ ଅସୁସ୍ଥ ହୋଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।










