ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ମହିଳା ଡାଟାଏଣ୍ଟ୍ରି ଅପରେଟର। ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାମରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ସ୍ମୃତି। ଖୋର୍ଦ୍ଧା ଓ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ୩ ଡିଏସ୍ପି, ୨ ଇନ୍ସପେକ୍ଟର ସାମିଲ ହୋଇଥିଲେ। ଭିଜିଲାନ୍ସ କାର୍ଯ୍ୟାଳୟ ସମେତ ବାସଭବନରେ ଚଢ଼ାଉ କରିଛି।










