30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଧାର ଟଙ୍କା ଫେରସ୍ତ ନଦେବାରୁ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା

ଧାର ଟଙ୍କା ଫେରସ୍ତ ନଦେବାରୁ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା

ପୁଣେ: ପୁଣେ ସହର ଉପକଣ୍ଠରେ ସ୍ପଷ୍ଟ ଦିବାଲୋକରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ୟେରୱାଡା ଅଞ୍ଚଳରେ ଥିବା ଡବ୍ଲ୍ୟୁଏନ୍‌ଏସ୍ ଗ୍ଲୋବାଲ୍ ନାମକ ଏକ ବିପିଓ କମ୍ପାନୀର ପାର୍କିଂ ଲଟ୍‌ରେ ଜଣେ ୨୮ ବର୍ଷୀୟା ଯୁବତୀଙ୍କୁ ଜଣେ ଯୁବକ ହତ୍ୟା କରିଛି। ତେବେ ମୃତ ଯୁବତୀଙ୍କ ନାମ ଶୁଭଦା କୋଡାରେ ହୋଇଥିବା ବେଳେ ହତ୍ୟା ଅଭିଯୁକ୍ତ ଯୁବକର ନାମ କୃଷ୍ଣ କନୋଜା (୩୦) ବୋଲି ପୁଲିସ୍ ଜାଣିବାକୁ ପାଇଛି। ଉଭୟ ଏହି ବିପିଓ କମ୍ପାନୀରେ କର୍ମଚାରୀ ଭାବେ କାମ କରୁଥିଲେ। ସବୁଠୁ ବଡ଼କଥା ହେଉଛି ଶୁଭଦାଙ୍କୁ କୃଷ୍ଣ ଆକ୍ରମଣ କରୁଥିବା ବେଳେ ପାର୍କିଂ ଲଟ୍‌ରେ ଥିବା ସମସ୍ତ ଲୋକ ଏହାକୁ ଦେଖୁଥିଲେ ମଧ୍ୟ କେହି ବି କୃଷ୍ଣଙ୍କୁ ଅଟକାଇବାକୁ ଚେଷ୍ଟା କରିନଥିଲେ।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ କୃଷ୍ଣ ଏହି କମ୍ପାନୀରେ ଜଣେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିବା ବେଳେ ଶୁଭଦା ଏଠାରେ ଜଣେ ଟେଲିକଲର ଭାବେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ଥିବା ବେଳେ ଶୁଭଦା ବିଭିନ୍ନ ସମୟରେ ତାଙ୍କ ବାପାଙ୍କ ଚିକିତ୍ସା ଆଳରେ କୃଷ୍ଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଧାର କରିଥିଲେ। ହେଲେ କୃଷ୍ଣ ଯେତେବେଳେ ତାଙ୍କୁ ଟଙ୍କା ମାଗିଥିଲେ ସେତେବେଳେ ସେ ତାଙ୍କ ବାପାଙ୍କ ଅବସ୍ଥା କଥା କହି ଟଙ୍କା ଫେରାଇନଥିଲେ। ଶୁଭଦା ମିଛ କହୁଥିବା ସନ୍ଦେହ କରି କୃଷ୍ଣ ସିଧାସଳଖ ଶୁଭଦାଙ୍କ ଗାଁରେ ପହଞ୍ଚି ତାଙ୍କ ବାପା ପୂରା ସୁସ୍ଥ ଥିବା ଏବଂ ସେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିନଥିବା ଜାଣିବାକୁ ପାଇଥିଲେ। ସବୁ ଜାଣିବା ପରେ ଗତ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ କୃଷ୍ଣ ଫୋନ କରି ଶୁଭଦାଙ୍କୁ ଅଫିସ ପାର୍କିଂକୁ ଡାକିଥିଲେ। ଟଙ୍କା ଫେରସ୍ତ ଦେବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ କୃଷ୍ଣ ଗୋଟିଏ ଚାପଡ଼ରେ ଶୁଭଦାଙ୍କୁ ବାରମ୍ବାର ଆକ୍ରମଣ କରି ଚାଲିଥିଲେ। ଶୁଭଦାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ରାତି ପ୍ରାୟ ୯ଟା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ହତ୍ୟା ମାମଲା ରୁଜୁ କରି କୃଷ୍ଣଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking