27.1 C
Bhubaneswar
Wednesday, October 23, 2024
Homeଓଡିଶାକେନ୍ଦ୍ରାପଡ଼ାରେ ବାତ୍ୟା 'ଦାନା' ଭୟ: ହେନ୍ତାଳ ବଣ ଭରସା, କାରଣ ଜାଣନ୍ତୁ...

କେନ୍ଦ୍ରାପଡ଼ାରେ ବାତ୍ୟା ‘ଦାନା’ ଭୟ: ହେନ୍ତାଳ ବଣ ଭରସା, କାରଣ ଜାଣନ୍ତୁ…

କେନ୍ଦ୍ରାପଡ଼ା: ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଦାନା’। ଏଣୁ ଜିଲ୍ଲାରେ ସୁରକ୍ଷା ପାଇଁ କରାଯାଇଛି ବ୍ୟାପକ ବନ୍ଦୋବସ୍ତ। “ସୁରକ୍ଷା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିବାବେଳେ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଆଦି ଅଞ୍ଚଳରେ ୫ ଟିମ୍ ନିୟୋଜିତ ଅଛନ୍ତି” ବୋଲି କହିଛନ୍ତି ଡିଏଫଓ। ତେବେ କେନ୍ଦ୍ରାପଡ଼ାବାସୀଙ୍କୁ ସୁରକ୍ଷା ଦେବ କି ହେନ୍ତାଳ ବଣ କେନ୍ଦ୍ରାପଡ଼ା ମାଟିର ଗର୍ବ ଓ ଗୌରବ ଏହି ‘ହେନ୍ତାଳ ବଣ’ ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଜୈବ ବିବିଧତାର ଜନନୀ। ଭିତରକନିକା, ପୂର୍ବତଟ ବଙ୍ଗୋପସାଗର କୂଳରେ ବିସ୍ତୃତ ବେଳାଭୂମିରେ ପ୍ରାୟତଃ ୪୦-୫୦ କିଲୋମିଟର ବ୍ୟାପି ରହିଛି। ତତ୍ ମଧ୍ୟରେ ସଂଲଗ୍ନ ୨୫-୩୦ କିମି ହେନ୍ତାଳ ବଣର ଲମ୍ବା ଲମ୍ବା ବୃକ୍ଷରାଶି ମଣିଷ ତଥା ଜନବସତିକୁ ସୁରକ୍ଷା ଦେବା ସହ ଭିତରକନିକାର ଅସଂଖ୍ୟ ଜୀବଜନ୍ତୁମାନଙ୍କ ବାସସ୍ଥାନ ପାଲଟିଛି ।

ସେମାନଙ୍କ ମଧ୍ୟରୁ ଡଲଫିନ, କୁମ୍ଭୀର ଏବଂ ଅଲିଭ ରିଡଲେ କଇଁଛ ଅନ୍ୟତମ। ମତ୍ସ୍ୟଜୀବୀ ଏବଂ ନାବିକମାନେ ତାଙ୍କର କୌଳିକ ବୃତ୍ତି ପାଇଁ ଭିତରକନିକା ଉପରେ ନିର୍ଭର କରନ୍ତି । ୧୯୯୯ ମହାବାତ୍ୟାରେ ବି କେନ୍ଦ୍ରାପଡା ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେଇଥିଲା ହେନ୍ତାଳବଣ। ଭିତରକନିକା ଛାତି ଉପରେ ତାଣ୍ଡବ ରଚି ହେନ୍ତାଳ ବଣକୁ ଧରାଶାୟୀ କରିଦେଇଥିଲା ମହାବାତ୍ୟା । ତେବେ କେତେ ଯେ ବାତ୍ୟାର ମାଡ଼କୁ ସହି ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି ହେନ୍ତାଳବଣ । ପରିବେଶବିତ୍ ବିରଜା ପତି କହିଛନ୍ତି, “ବଡ଼ ବଡ଼ ବିପଦ ଆସିଲେ ଲୁଣା ଜଙ୍ଗଲକୁ ଟପି ଜନବସତିକୁ କ୍ଷତି କରିପାରେ ନାହିଁ। ତେଣୁ ଉପକୂଳର ସୁରକ୍ଷା ପ୍ରାଚୀର ହେଉଛି ଲୁଣା ଜଙ୍ଗଲ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking