ଜଗତସିଂହପୁର: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁ ନେଇ ପୁଅ ଆଣିଲେ ଗୁରୁତର ଅଭିଯୋଗ । ଡିଜେର ବିକଟାଳ ଶବ୍ଦରେ ମୋ ବାପାଙ୍କ ଜୀବନ ଚାଲିଗଲା । କାଲି ପାରାଦୀପ ଗଡରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା । କାହାକୁ କହିଲେ ବି କେହି ଶୁଣିଲେନି, ଆମ ଘର ଦୁଲୁକୁଥିଲା । ଏକାସଙ୍ଗେ ଜଣେ ୩ଟି ଡିଜେ ଗାଡି କର୍କଶ ଶବ୍ଦ କରି ଶୋଭାଯାତ୍ରା କଲେ । କିପରି ଜଣେ ୭୧ ବର୍ଷୀୟ ଅସୁସ୍ଥ ଲୋକ ଏହାକୁ ସମ୍ଭାଳି ଥାନ୍ତେ । ରାତି ସାଢେ ୨ଟା ପର୍ଯ୍ୟନ୍ତ ସବୁ ଠିକ ଥିଲା । ଡିଜେ ବାଜିଲା ପରେ ମୃତ୍ୟୁ ହୋଇଛି । ସୂଚନାଥାଉକି, ଆଜି ଯାତ୍ରାକଳାକାର ଦେବୀ ପ୍ରସାଦ ରଥଙ୍କର ପରଲୋକ ହୋଇଛି । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଜଗତସିଂହପୁର ପାରାଦୀପ ଗଡ ସ୍ଥିତ ବାସଭବନରେ ହୃଦଘାତରେ ସେ ଆଖି ବୁଜିଛନ୍ତି । ୨୦୧୭ରୁ ଯାତ୍ରା ଜଗତରୁ ବିଦାୟ ନେଇଥିଲେ ଦେବୀ ପ୍ରସାଦ । ୪୨ ବର୍ଷ ଧରି ଜାମାରୁ ଅଭିନୟ କରି ଯାତ୍ରା ମଞ୍ଚରେ ଅଭିନୟ ଜାରି ରଖିଥିଲେ ।









