ବାଲେଶ୍ୱର: ସ୍ତ୍ରୀ ଓ ପୁଅକୁ ଟାଙ୍ଗିଆରେ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା କର୍ମଦା ଥାନା ଦହମୁଣ୍ଡା ଗାଁରେ ଘଟିଛି । ଗୁରୁତର ଅବସ୍ଥାରେ ମାଆ ଓ ପୁଅକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ କଳହରୁ ଆକ୍ରମଣ କରିଥିବା ନେଇ ସୂଚନା ମିଳୁଛି । ଏଭଳି ହତ୍ୟାକାଣ୍ଡକୁ ଦେଖି ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି । ସ୍ଥିତି ଉତ୍ତେଜନା ଦେଖାଦେଇଛି ।