ହାଇଦ୍ରାବାଦ: ହାଇଦ୍ରାବାଦ ଗୋଲକୋଣ୍ଡା ପୋଲିସ ଷ୍ଟେଶନ୍ ଅନ୍ତର୍ଗତ ଅଳିଆ ଗଦାରୁ ମିଳିଛି ଶିଶୁ କନ୍ୟାର ମୃତଦେହ ।ଘଟଣା ନେଇ ପିଲାର ମା’ ଥାନାରେ ଅଭିଯୋଗ କରିଛନ୍ତି । ପ୍ରସାରିତ ଖବର ମୁତାବକ, ଅଭିଯୁକ୍ତ ଜଗତର ଘର ନେପାଳରେ । ସେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟକରନ୍ତି ।ଗତକାଲି ବିଳମ୍ବିତ ରାତି ୨ଟାବେଳେ ଜଗଥ ନିଜ ୧୪ ଦିନର ଝିଅକୁ ମାରି ହତ୍ୟା କରିଥିବା ପୋଲିସ କହିଛି । ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଜଗଥ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା । ପାଖାପାଖି ବର୍ଷେ ହେବ ଜଗଥ ଏହି କାମ କରିଆସୁଛି । ଝିଅକୁ ବୁଲେଇବା ବାହାନାରେ ଘରୁ ବାହାରକୁ ଆଣି ତା’ ଗଳା କାଟି ମାରିଦେଇଥିବା ନବଜାତର ମା’ ଅଭିଯୋଗ କରିଛନ୍ତି ।ଅଭିଯୋଗ ଆଧାରରେ ପୋଲିସ ଜଗଥଙ୍କୁ ଅଟକ ରଖିବା ସହ ପଚରା ଉଚରା ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଜଗଥ କେଉଁ କାରଣ ପାଇଁ ଝିଅକୁ ହତ୍ୟା କଲେ ସେ କଥା ସ୍ପଷ୍ଟ କରି ନାହାନ୍ତି ।