30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବିବାହ ପାଇଁ ମନା କରିବାରୁ ଝିଅକୁ ଗୁଳିକରି ହତ୍ୟାକଲା ବାପା

ବିବାହ ପାଇଁ ମନା କରିବାରୁ ଝିଅକୁ ଗୁଳିକରି ହତ୍ୟାକଲା ବାପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟରରେ ପୁଣି ଏକ ଅନରକିଲିଂ। ବିବାହ ପ୍ରସ୍ତାବରେ ରାଜି ନହେବାରୁ ନିଜ ୨୦ ବର୍ଷିୟ ଜନ୍ମକଲା ଝିଅକୁ ଗୁଳି କରି ହତ୍ୟା କରିଛନ୍ତି ବାପା ଓ ସମ୍ପର୍କିୟ ଭାଇ। ଝିଅଟି ନିଜ ପସନ୍ଦର ପୁଅକୁ ବିବାହ କରିବ ବୋଲି ଘରେ ଜଣେଇବା ପରେ ଏହି ଅନରକିଲିଂ ହୋଇଥିବା ନେଇ ସୂଚନା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଝିଅର ବାପାକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅରୋପି ତଥା ଝିଅଟିର ସମ୍ପର୍କିୟ ଭାଇ ବର୍ତ୍ତମାନ ଫେରାର ଅଛି। ଗ୍ୱାଲିୟରର ଗୋଲେ କା ମନ୍ଦିର ଅଞ୍ଚଳରେ ରହୁଥିବା ତନୁ ଗୁଜ୍ଜର ନାମକ ଏକ ଯୁବତୀଙ୍କ ବିବାହ ପାଇଁ ତାଙ୍କ ବାପା ଓ ତାଙ୍କ ପରିବାର ଲୋକ ଏକ ବିବାହ ପ୍ରସ୍ତାବ ଠିକ କରିଥିଲେ।

ଯୁବତୀଙ୍କ ବିବାହ ଆସନ୍ତା ଜାନୁଆରୀ ୧୮ ତାରିଖରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ପରେ ଯୁବତୀ ଜଣଙ୍କ ଅନ୍ୟ କେଉଁଠି ଭଲପାଉଥିବା ସମ୍ପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ବାହାଘର ନିକଟରେ ହେବାକୁ ଥିବାରୁ ପରିବାର ପକ୍ଷରୁ ସମ୍ପର୍କିୟଙ୍କୁ ବିବାହ କାର୍ଡ ବଣ୍ଟାଯିବା ସହ ବିବାହ ପୂର୍ବର ହେଉଥିବା ସମସ୍ତ ରୀତିନୀତି ପାଳନ କରାଯାଉଥିଲା। ହେଲେ ତନୁ ବିବାହର କିଛିଦିନ ପୂର୍ବରୁ ବିବାହକୁ ନେଇ ଆପତ୍ତି ଜଣାଇଥିଲେ। ସେ ଆଉଜଣକୁ ଭଲପାଉଥିବା ନେଇ ଘରେ ଜଣେଇଥିଲେ। ଏହି ଘଟଣା ସମାଧାନ ପାଇଁ ତନୁଙ୍କ ବାପା ମଙ୍ଗଳବାର ଗାଁରେ ଏକ ପଞ୍ଚାୟତ ବୈଠକ ଡକାଇଥିଲେ। ତେବେ ଏହା ପୂର୍ବରୁ ଜାନୁଆରୀ ୧୪ ତାରିଖରେ ହୋଇଥିବା ବୈଠକରେ ମଧ୍ୟ ତନୁ ଏହି ପ୍ରସ୍ତାବରେ ରାଜି ନଥିବା ଦୋହରାଇଥିଲେ।

ଏହାକୁ ମେଇ ତନୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜ ବାପା ମହେନ୍ଦ୍ର ଗୁଜ୍ଜର ଓ ପରିବାରର ଅନ୍ୟ ସମ୍ପର୍କୀୟ ମାନେ ତାଙ୍କୁ ଘରେ ବନ୍ଦ କରି ରଖିବା ସହ ବିବାହ ପ୍ରସ୍ତାବରେ ରାଜି ହବାପାଇଁ ଚାପ ପକଉଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟପଟେ ପୋଲିସକୁ ଏହି ଭିଡିଓ ମିଳିବା ପରେ ଏହି ବୈଠକରେ ସ୍ଥାନିୟ ପୋଲିସ ମଧ୍ୟ ଯୋଗ ଦେଇଥିଲା। ଏହି ବୈଠକ ଚାଲୁ ରହିଥିବା ବେଳେ ମହେନ୍ଦ୍ର ଗୁଜ୍ଜର ପୋଲିସକୁ ତନୁଙ୍କ ସହ ଏକାନ୍ତରେ କଥା ହେବାକୁ ଚାହାନ୍ତି ବୋଲି କହି ଘର ଭିତରକୁ ଡାକିନେଇଥିଲେ। ତନୁ ଘର ଭିତରକୁ ଯିବାପରେ ପୂର୍ବରୁ ପ୍ରସ୍ତୁତ ରହିଥିବା ତନୁଙ୍କ ବାପା ଏକ ପିସ୍ତଲ ସହାୟତାରେ ତନୁଙ୍କ ଉପରକୁ ଗୁଳିମାଡ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ତନୁଙ୍କ ଜଣେ ସମ୍ପର୍କିୟ ଭାଇ ରାହୁଳ ଗୁଜ୍ଜର ମଧ୍ୟ ତାଙ୍କ ଉପରକୁ ଗୁଳି ଚଳେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking