17.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶ୧୪ ବର୍ଷର ଝିଅକୁ ଦୁଷ୍କର୍ମ କଲା ନିଜ ବାପା

୧୪ ବର୍ଷର ଝିଅକୁ ଦୁଷ୍କର୍ମ କଲା ନିଜ ବାପା

ନୂଆଦିଲ୍ଲୀ : ବାପା ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କରାଇଦେଇଥିବା ତଥ୍ୟ ସାମ୍ନାକୁ ଆସୁଛି । ୧୪ ବର୍ଷର ଝିଅ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛି ।  ଦରିଆପୁର  ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ପୀଡିତାଙ୍କ ମା’ଙ୍କ କହିବା ଅନୁସାରେ   ଝିଅର ପେଟ ଯନ୍ତ୍ରଣା ହେବାରୁ ହସ୍ପିଟାଲ ନେଇଥିଲେ । ହେଲେ ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏକଥା ଶୁଣି ମା ଚକିତ ହୋଇଯାଇଥିଲା । ଝିଅଟି ସବୁ କଥା ତା ମାକୁ ଏବଂ ପୋଲିସକୁ କହିଥିଲା । ଏହି ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ମାମଲା ରୁଜୁ କରିଛି ।  ପୀଡିତା କହିବା ଅନୁସାରେ ,  ଗୋଟିଏ ବର୍ଷ ଧରି ତାଙ୍କ ବାପା ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ।  ତାଙ୍କୁ ଧମକ ମଧ୍ୟ ଦେଉଥିଲେ । ଝିଅଟିଏ ଡରି ଆଉ ମାକୁ କିଛି କହୁନଥିଲା ।  କିନ୍ତୁ ଶେଷରେ ସତ୍ୟକୁ ଲୁଚାଇ ରଖି ଝିଅଟି ଗର୍ଭବତୀ ହୋଇଥିଲା ।  ଅଭିଯୁକ୍ତ ଜଣଙ୍କ ଶ୍ରମିକ ବୋଲି ଜଣା ପଡିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking