25.1 C
Bhubaneswar
Tuesday, March 24, 2026
Homeଅପରାଧବାପା, ମା’ ଓ ପୁଅର ଗଳା କାଟି ନିର୍ମମ ହତ୍ୟା

ବାପା, ମା’ ଓ ପୁଅର ଗଳା କାଟି ନିର୍ମମ ହତ୍ୟା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗାଜିପୁରରେ ବିଭତ୍ସ ହତ୍ୟାକାଣ୍ଡ। ଗୋଟିଏ ପରିବାରର ବାପା, ମା’ ଓ ପୁଅର ବେକ କାଟି ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ। ମୃତକମାନେ ହେଲେ ୪୫ ବର୍ଷୀୟ ମୁଶିଂ ବିନ୍ଦ, ତାଙ୍କ ପତ୍ନୀ ୪୦ ବର୍ଷୀୟ ଦେବନ୍ତୀ ବିନ୍ଦ ଓ ୨୦ ବର୍ଷୀୟ ପୁଅ ଆଶିଷ ବିନ୍ଦ । ସୂଚନା ଅନୁଯାୟୀ, ଗତ ରାତିରେ ଘର ବାହାରେ ମୁଶିଂ ବିନ୍ଦ ଓ ପତ୍ନୀ ଦେବନ୍ତୀ ଶୋଇଥିଲେ। ଘର ଭିତରେ ବଡ଼ ପୁଅ ଆଶିଷ ବିନ୍ଦ ଶୋଇଥିବା ବେଳେ ସାନ ପୁଅ ଯାତ୍ରା ଦେଖିବାକୁ ଚାଲି ଯାଇଥିଲା। ବିଳମ୍ବିତ ରାତିରେ ସାନ ପୁଅ ଘରକୁ ଫେରି ବାହାରେ ବାପାମା’ଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାଦେଖି ସେ ଛାନିଆ ହୋଇ ଯାଇଥିବା ବେଳେ ବଡ଼ ଭାଇଙ୍କୁ ଡାକିବାକୁ ଭିତରକୁ ଯାଇଥିଲେ। ସେଠାରେ ବଡ଼ ଭାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଲେ। ଏହାଦେଖି ସେ ଜୋରରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ପାଖପଡ଼ୋଶୀ ପହଞ୍ଚି ଘରେ ୩ ଜଣଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ପାଇଲେ। ଖବର ପାଇ ପୁଲିସ୍‌ ଓ ଫରେନସିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking