31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶପୁଅକୁ ସୁସ୍ଥ କରିବା ପାଇଁ ୨ଦିନରେ ୧୧୦ଜଣଙ୍କୁ ହତ୍ୟା କଲା ବାପା

ପୁଅକୁ ସୁସ୍ଥ କରିବା ପାଇଁ ୨ଦିନରେ ୧୧୦ଜଣଙ୍କୁ ହତ୍ୟା କଲା ବାପା

ମେକ୍ସିକୋ: ପୁଅକୁ ସୁସ୍ଥ କରିବା ପାଇଁ ୨ଦିନରେ ୧୧୦ଜଣଙ୍କୁ ହତ୍ୟା କଲା ବାପା। ହୈତୀ ଦେଶରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ହୈତୀରେ ଥିବା ସାଇଟ୍ ସୋଲେଲ୍ ବସ୍ତିରେ ବାସ କରୁଥିବା ୧୧୦ଜଣ ବୃଦ୍ଧ ଓ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ସେମାନେ ଗୁଣି କରିଥିବାରୁ ପୁଅର ଦେହ ଅସୁସ୍ଥ ହେଉଥିବା ଜାଣି ଅଭିଯୁକ୍ତ ଏଭଳି କରିଥିବା ଜଣାଯାଇଛି। ନ୍ୟାସନାଲ ହ୍ୟୁମାନ ରାଇଟ୍ ଡିଫେନ୍ସ ନେଟୱାର୍କ ଏହି ସୂଚନା ଦେଇଛି।

କୁହାଯାଉଛି ଯେ, ଏହି ହତ୍ୟାକାଣ୍ଡ ପାଇଁ ଭିଭ୍ ଅଂଶନମ ଗ୍ୟାଙ୍ଗର ମୁଖ୍ୟ ମୋନେଲ “ମିକାନୋ’ ଫେଲିକ୍ସ ଦାୟୀ। ସେ ନିଜ ଗ୍ୟାଙ୍ଗକୁ ନିର୍ଦ୍ଦେଶ ଦେଇ ଏଭଳି ନୃଶଂସ କାମ କରିଥିବା ଜଣାଯାଇଛି। ସୂଚନା ମୁତାବକ, ଫେଲିକ୍ସଙ୍କ ସନ୍ତାନ ଅସୁସ୍ଥ ହେବା ପରେ ସେ ଜଣେ ପୁରୋହିତଙ୍କଠାରୁ ପରାମର୍ଶ ଲୋଡିଥିଲେ। ପୁରୋହିତଜଣକ କହିଥିଲେ ଯେ, ସୋଲେଲ୍ ବସ୍ତିରେ ବାସ କରୁଥିବା ବୃଦ୍ଧ ଓ ବୃଦ୍ଧା ଗୁଣି କରି ଶିଶୁର ଅନିଷ୍ଟ କରିବାକୁ ଚାହୁଛନ୍ତି। ଏହି କହି ସେ ଫେଲିକ୍ସଙ୍କୁ ହତ୍ୟା କରିବାକୁ ଉସୁକାଇଥିଲେ। ଏହା ପରେ ଶୁକ୍ରବାର ଦିନ ଗ୍ୟାଙ୍ଗର ସଦସ୍ୟମାନେ ଫେଲିକ୍ସଙ୍କ ନିର୍ଦ୍ଦେଶରେ ଅତି କମରେ ୬୦ଜଣ ଏବଂ ଶନିବାର ଦିନ ୫୦ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ। ସମସ୍ତଙ୍କ ବୟସ ୬୦ରୁ ଅଧିକ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking