13.1 C
Bhubaneswar
Wednesday, January 14, 2026
Homeଅପରାଧଝିଅକୁ ହତ୍ୟା କଲା ବାପା

ଝିଅକୁ ହତ୍ୟା କଲା ବାପା

ପାଟନା: ଝିଅ ପ୍ରେମିକ ସହ ଫେରାର ହେବା ପରେ ଘରକୁ ଡାକି ହତ୍ୟା କଲା ବାପା। ବିହାରର ସମସ୍ତିପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଯୁବତୀ ପ୍ରେମିକ ସହ ଦିଲ୍ଲୀ ଚାଲିଯାଇଥିବା ବେଳେ ବାହାନା କରି ଘରକୁ ଫେରି ଆସିବାକୁ କହିଥିଲା ହତ୍ୟାକାରୀ ବାପା। ଏବେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଛି। ମୃତକଙ୍କ ନାମ ସାକ୍ଷୀ ସିଂହ ହୋଇଥିବା ବେଳେ ଅଭିଯୁକ୍ତର ନାମ ମୁକେଶ ସିଂହ ବୋଲି ଜଣାଯାଇଛି।

ପୁଲିସର କହିବା ମୁତାବକ, “ସାକ୍ଷୀ ମାର୍ଚ୍ଚ ୪ ତାରିଖରେ ତାଙ୍କ ପ୍ରେମିକଙ୍କ ସହ ଦିଲ୍ଲୀ ପଳାଇ ଯାଇଥିଲେ। ଯୁବକଜଣକ ଅନ୍ୟ ଜାତିର ଥିଲେ ଏବଂ ତାଙ୍କ ଘର ପାଖରେ ରହୁଥିଲେ। ଉଭୟ ଏକାଠି କଲେଜରେ ପଢ଼ୁଥିଲେ। ପ୍ରାୟ ମାସେ ଧରି ଦିଲ୍ଲୀରେ ରହିବା ପ‌ରେ ମୁକେଶ, ସାକ୍ଷୀଙ୍କୁ ଘରକୁ ଫେରିବା ପାଇଁ ରାଜି କରିଦେଇଥିଲା। ସାକ୍ଷୀ ସବୁ ଠିକ୍ ହେବା ଆଶାରେ ଘରକୁ ଫେରିଥିଲେ। ହେଲେ ମୁକେଶର ଉଦ୍ଦେଶ୍ୟ ତାଙ୍କୁ ଜଣାନଥିଲା। ଏପ୍ରିଲ ୭ରେ ମୁକେଶ, ସାକ୍ଷୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଶୌଚାଳୟରେ ଲୁଚାଇ ଦେଇଥିଲା। ଏହା ପରେ ହତ୍ୟା କରିବା ଉଦ୍ଦେଶ୍ୟରେ ପ୍ରେମିକ ଘରକୁ ଯାଇଥିଲା। ହେଲେ ପ୍ରେମିକ ଘରେ ନଥିଲା। ପରେ ସାକ୍ଷୀଙ୍କ ମା’ ମୁକେଶକୁ ଝିଅ କୁଆଡେ ଗଲା ବୋଲି ପଚାରିଥିଲେ। ଝିଅ ପୁଣି ଫେରାର ହୋଇଯାଇଥିବା କହିଥିଲା ମୁକେଶ। ଏହା ଶୁଣି ସନ୍ଦେହରେ ସାକ୍ଷୀଙ୍କ ମା’ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମୁକେଶଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ପୂରା ସତ ସାମ୍ନାକୁ ଆସିଥିଲେ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking