ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବାରୱାନି ଜିଲ୍ଲାରେ ନିଜ ସ୍ତ୍ରୀ ସହ ଝଗଡା ହେବା ପରେ ଜଣେ ବ୍ୟକ୍ତି ନିଜର ତିନି ବର୍ଷର ଝିଅ ଏବଂ ପାଞ୍ଚ ବର୍ଷର ପୁଅକୁ କୁରାଢ଼ିରେ ହାଣି ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ର ସୂଚନା ମୁତାବକ ଚିଚାମାଲି ଫାଲିଆ ଗ୍ରାମରେ ଘଟିଥିବା ଏହି ଆକ୍ରମଣରେ ଅଭିଯୁକ୍ତ ତାଙ୍କ ସ୍ତ୍ରୀ କୁ ଆକ୍ରମଣ କରିବା ସହିତ ନିଜ ୨ ଛୁଆଙ୍କୁ ହତ୍ୟା କରିଥିବା ସୂଚନା ରହିଛି । ଅଭିଯୁକ୍ତ ସ୍ତ୍ରୀ ବାପା ଘରକୁ ଯାଇ ଫେରିଥିବା ପରେ ଏପରି ଘଟଣା ଘଟିଥିଲା । ତେବେ ଘରକୁ ଫେରିବା ପରେ ୨ ଦମ୍ପତିଙ୍କ ମଧ୍ୟରେ ଜୋର ଦାର ଝଗଡା ହୋଇଥିଲା । ସେ ନିଜ ସ୍ତ୍ରୀ ଉପରେ ଆକ୍ରମଣ କରିବା ସହିତ ଦୁଇ ପିଲାଙ୍କୁ କୁରାଢ଼ୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ଶିଶୁମାନଙ୍କର ମୃତ୍ୟୁ ହୋଇଥିବାବେଳେ ଅଭିଯୁକ୍ତ ର ସ୍ତ୍ରୀ ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଥିବା ନେଇ ପୋଲିସ ସୂଚନା ଦେଇଛି ତିବ ଅଭିଯୁକ୍ତ କୁ ଗିରଫ କରିଥିବା ନେଇ ପୋଲିସ କହିଛି ।