ଭୁବନେଶ୍ୱର: କ୍ରସ ଭୋଟିଂ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ରମେଶ ଜେନା । ୨୪ ବର୍ଷ ଧରି ବିଜେଡି ହଇରାଣ କରିଥିଲା, ପ୍ରତିଶୋଧ ନେଇଛି । ମୋ ପ୍ରତି, ପରିବାର ପ୍ରତି ନିର୍ବାଚନ ମଣ୍ଡଳୀ ପ୍ରତି ଅନ୍ୟାୟ କରିଥିଲେ । ସୁଯୋଗକୁ ଅପେକ୍ଷା କରିଥିଲି , ପ୍ରତିଶୋଧ ନେଲି । ଆହୁରି କହିଛନ୍ତି, ବାପା ଏଜେଣ୍ଟ ରହିବେ, ପୁଅ ଭୋଟ ଦେବ କହି ଟାର୍ଗେଟ କଲେ । ପୁଅ କାହାକୁ ଭୋଟ ଦେଲା, ବାପା କଣ ସତ କହିବେ କି ପଚାରିଲେ ରମେଶ । ଯେତେବେଳେ ପୁଅ ଭୋଟ ଦେବାର ଅଛି , ବାପା ଏଜେଣ୍ଟ ରହିବା କଥା କି । ସୂଚନା ଥାଉକି, ରାଜ୍ୟସଭା ନିର୍ବାଚନରେ ରମେଶ ଜେନା କ୍ରସ ଭୋଟିଂ କରିଥିଲେ ।










