21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶନାବାଳିକା ଝିଅକୁ ଗର୍ଭବତୀ କରାଇଲା ବାପ

ନାବାଳିକା ଝିଅକୁ ଗର୍ଭବତୀ କରାଇଲା ବାପ

ନୂଆଦିଲ୍ଲୀ: ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ଟ୍ରେନରେ ଶିଶୁକୁ ଜନ୍ମ ଦେଇଛି। ଏହାପରେ ନବଜାତକୁ ଏକ ବ୍ୟାଗରେ ଭର୍ତ୍ତି କରି ସେଠାରେ ଛାଡ଼ି ପଳାୟନ କରିଛନ୍ତି ପୂରା ପରିବାର ଲୋକେ। ଏହା ମଧ୍ୟ ଜଣାପଡ଼ିଛି ଯେ, ଏହି ନାବାଳିକାଙ୍କୁ ନିଜ ଜନ୍ମକଲା ବାପା ଦୁଷ୍କର୍ମ କରିଥିଲା। ସୂଚନାନୁଯାୟୀ, ୨୨ ଜୁନରେ ପାଟଣାରୁ ଚଣ୍ଡିଗଡ଼ ଯାଉଥିବା ଏକ ସମର ସ୍ପେଶାଲ ଟ୍ରେନରେ ଏକ ବ୍ୟାଗରେ ନବଜାତ ଉଦ୍ଧାର ହୋଇଥିଲେ। ଏହି ଶିଶୁର ନାକ ବି କଟିଯାଇଛି। ଏହାପରେ ପୋଲିସ ଏହି ନିଜ ତଦନ୍ତ ଜରିଆରେ ଜାଣିବାକୁ ପାଇଥିଲା ଯେ, ଏହି ଶିଶୁକୁ ବିହାର ଛପରା ଜିଲ୍ଲାର ଜଣେ ନାବାଳିକା ଜନ୍ମ ଦେଇଛନ୍ତି।

ଏହିଠାରେ ପୋଲିସକୁ ଜଣାପଡ଼ିଥିଲା ଯେ, ଜଣେ ମଦୁଆ ବାପା ତା’ ନିଜ ଝିଅକୁ ଦେଢ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିଲା। ଏହି ଝିଅଟି ଶେଷରେ ଗର୍ଭବତୀ ହୋଇଯାଇଥିଲା। ଏହି କଥକୁ ଲୁଚାଇ ରଖିଥିଲେ, ଘର ଲୋକେ। ଯାଞ୍ଚ ପରେ ପୋଲିସ ଟିମ୍ ସେହି ନାବାଳିକାଙ୍କ ପାଖେ ପହଞ୍ଚିଥିଲା। ଏହାପରେ ସବୁ ଖୁଲାସା ହୋଇଛି। ନାବାଳିକାର ବୟାନ ଅନୁଯାୟୀ, ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରିବ। ଏହି ଘଟଣା ପରେ ନାବାଳିକାର ଅଭିଯୁକ୍ତ ବାପା ଫେରାର ହୋଇଯାଇଛି। ନବଜାତ ଶିଶୁର ମାଆ କହିଛି ଯେ, ସେ ପିଲାର ଳାଲନ ପାଳନ କରିପାରିବ। ଏଥିରେ ନାବାଳିକାର ମାଆ ବି ସହମତି ପ୍ରକାଶ କରିଛନ୍ତି। ପୋଲିସ ଏହି ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking