16.1 C
Bhubaneswar
Monday, January 12, 2026
Homeଓଡିଶାସମ୍ପର୍କରେ ଲାଗିଲା ରକ୍ତ ଛିଟା; ମଦ୍ୟପ ପୁଅକୁ ହାଣିଦେଲା ବାପା

ସମ୍ପର୍କରେ ଲାଗିଲା ରକ୍ତ ଛିଟା; ମଦ୍ୟପ ପୁଅକୁ ହାଣିଦେଲା ବାପା

ଠାକୁରମୁଣ୍ଡା: ବାପାର କୁରାଢ଼ୀ ଚୋଟରେ ପୁଅର ମୃତ୍ୟୁ। ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଭରାଣ୍ଡିଆ ଗ୍ରାମରେ । ସେହି ଗ୍ରାମର ଅନାମ ବାଉଁଶିଆ ନିଜ ବଡପୁଅ ତପନ ବାଉଁଶିଆକୁ ଏକ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ସୂଚନାଥାଉକି ଗତକାଲି ରାତିରେ ବାପା ଅନାମ ବାଉଁଶିଆ ରୋଷେଇ କରୁଥିବା ବେଳେ ପୁଅ ତପନ ମଦ ପିଇ ଆସି ବାପା ସହ ପାଟିତୁଣ୍ଡ କରିବା ସହିତ ଗୋଇଠା ମାରିଥିଲା। ଏଥିରେ ବାପା ଅନାମ ରାଗି ଯାଇ ଏକ କୁରାଢ଼ୀରେ ତପନକୁ ହାଣି ହତ୍ୟା କରିଥିଲେ। ଏହାପରେ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛନ୍ତି ବାପା। ଠାକୁରମୁଣ୍ଡା ଥାନା ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଦାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜୋରଦାର କରିଛି।

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ମୃତ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ବଡ ନାଗଝୋରି ଗାଁରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ସମ୍ପର୍କୀୟ ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ୍ୟୁବରଣ କରିଛି। ବଡ଼ନାଗଝୋରି ଗାଁରେ ରହୁଥିବା ବଡନୁନା କଚିମ୍ (୫୦) ନିଜ କାନ୍ଦୁଲ ଚାଷ ଦେଖିବାକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ବିଶମ୍ବର କଚିମ (୫୫) ବିଲ ହିଡ଼ରେ ଥିବା ଜାମୁକୋଳି ଗଛ ଉପରେ ଚଢି ଗଛର ଡାଳ ଗୁଡିକ ହାଣିବାରେ ଲାଗିଥିଲା। ଏହାକୁ ଦେଖି ବଡନୁନା କଚିମ୍ ବଡ଼ ଭାଇଙ୍କୁ ଗଛର ଡାଳ ହାଣିବାକୁ ବାରଣ କରିଥିଲେ। ଏହାପରେ ବଡ଼ ଭାଇ ବିଶମ୍ବର କଚିମ ରାଗିଯାଇ ଗଛରୁ ଓହ୍ଲାଇ ସାନ ଭାଇ ବଡନୁନାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି। ଅମ୍ବାଦଳା ପୁଲିସ । ବିଶମ୍ବରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଶତ୍ରୁତା ମଧ୍ୟ ହତ୍ୟାକାଣ୍ଡର ଅନ୍ୟ ଏକ କାରଣ ବୋଲି ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking