27.1 C
Bhubaneswar
Saturday, December 13, 2025
Homeଓଡିଶାପରୀକ୍ଷା ପାଇଁ ପୁଅକୁ ନେଇ ଯାଉଥିବା ସମୟରେ ଦୁର୍ଘଟଣା: ବାପାଙ୍କ ମୃତ୍ୟୁ

ପରୀକ୍ଷା ପାଇଁ ପୁଅକୁ ନେଇ ଯାଉଥିବା ସମୟରେ ଦୁର୍ଘଟଣା: ବାପାଙ୍କ ମୃତ୍ୟୁ

ବଲାଙ୍ଗୀର: ପରୀକ୍ଷା ପାଇଁ ପୁଅକୁ ନେଇ କଲେଜ ଯାଉଥିବା ସମୟରେ ଦୁର୍ଘଟଣା ଘଟି ବାପାଙ୍କ ମୃତ୍ୟୁ ଘଟିଛି । ପୁଅକୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି । ଆଜି ସକାଳୁ ପାଟଣାଗଡ଼ ଅଞ୍ଚଳ ତାଳଜୁରି ଗାଁର ସମୀର ସା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେବା ପାଇଁ ବାପା ପ୍ରହ୍ଲାଦ ସାଙ୍କ ସହ ବାଇକରେ କରଙ୍ଗାମାଲ କଲେଜ ଯାଉଥିଲେ । ବଙ୍ଗୋମୁଣ୍ଡ ନୂଆ ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ପୋଲ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣା ସ୍ଥଳରେ ପ୍ରହ୍ଲାଦଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking