26.1 C
Bhubaneswar
Thursday, March 26, 2026
Homeଓଡିଶାପୁଅର କାଠଫାଳିଆ ମାଡ଼ରେ ବାପା ମୃତ

ପୁଅର କାଠଫାଳିଆ ମାଡ଼ରେ ବାପା ମୃତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ ବସ୍ତିରେ ଗତକାଲି ରାତ୍ରିରେ ପୁଅର କାଠଫାଳିଆ ମାଡ଼ରେ ବାପାର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଉଛି ଅଜୟ ସେଠୀ (୫୦)। ପୁଲିସ ଏହି ଘଟଣାରେ ପୁଅ ବିକାଶ ସେଠୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଅ ବିକାଶ ଜଣେ ଯୁବତୀକୁ ବିବାହ କରିବାକୁ ସବୁବେଳେ ଜିଦ୍ ଧରି ବସୁଥିଲେ। କାମଧନ୍ଦା କରିବା ପରେ ବାହା ହେବା ପାଇଁ ବାପା ତାଙ୍କୁ ପରାମର୍ଶ ଦେଉଥିଲେ। ଏହି ଘଟଣାକୁ ନେଇ ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତକାଲି ଏପରି ଝଗଡ଼ା ହେବା ପରେ ବିକାଶ ଉତ୍ତ୍ୟକ୍ତ ହୋଇ ବାପାଙ୍କୁ କାଠ ଫାଳିଆରେ ମାଡ଼ ମାରିଥିଲା। ପୁଅର ମାଡ଼ରେ ବାପା ଅଜୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଟାଟାଷ୍ଟିଲ ଡାକ୍ତରଖାନାକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକ ଅଜୟ ସେଠୀଙ୍କ ପତ୍ନୀ ଗୁରୁବାରି ସେଠୀ ଯୋଡ଼ା ଥାନାରେ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking