23.1 C
Bhubaneswar
Sunday, February 8, 2026
Homeଓଡିଶାଝିଅକୁ ମାରି ଜୀବନ ହାରିଲା ବାପା

ଝିଅକୁ ମାରି ଜୀବନ ହାରିଲା ବାପା

ଭଦ୍ରକ: ଘରୋଇ କଳିକୁ କେନ୍ଦ୍ର କରି ଝିଅକୁ ପିଟିପିଟି ସଂଜ୍ଞାହୀନ କରିଛି ବାପା। ଏହା ପରେ ଝିଅକୁ ଘରେ ପକାଇ ଦେଇ ବାପା ଘର ଠାରୁ କିଛି ଦୂରରେ ଏକ ଗଛରେ ଗାମୁଛା ଲଗାଇ ଜୀବନ ହାରିଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧିନ ମଣିପୁର ଜେନାସାହି ଗ୍ରାମରେ।

ସୂଚନା ଅନୁସାରେ ସୁରେନ୍ଦ୍ର ଜେନା ଆଜି ଦ୍ୱିପ୍ରହରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନିଜ ଝିଅ ଗୀତାଞ୍ଜଳି ଜେନାଙ୍କ ମଧ୍ୟ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ବାପା ଉତ୍ତକ୍ତ୍ୟ ହୋଇ ନିଜ ଝିଅକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଝିଅ ସଂଜ୍ଞାହୀନ ହୋଇ ଚଟାଣରେ ପଡ଼ି ରହିଥିଲା। ଝିଅର ଅବସ୍ଥା ଦେଖି ସୁରେନ୍ଦ୍ର ଘର ପାଖରେ ଥିବା ଏକ ଗଛରେ ରଶି ଲଗାଇ ଜୀବନ ହାରିଥିଲା। ଗ୍ରାମବାସୀ ଖବର ପାଇ ପହଂଚି ଦେଖିବା ବେଳକୁ ଅଷ୍ଟମ ଶ୍ରେଣୀର ଝିଅ ଗୀତାଞ୍ଜଳି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ରହିଛି। ଗ୍ରାମବାସୀ ପ୍ରଥମେ ୧୦୮କୁ ଫୋନ୍‌? କରି ଡ଼ାକିବା ସହିତ ଝିଅକୁ ମେଡିକାଲ ନେଇଥିଲେ। ପୁଲିସକୁ ଫୋନ୍ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking