14.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶପଡ଼ୋଶୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ବାପ-ପୁଅ

ପଡ଼ୋଶୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ବାପ-ପୁଅ

ମୁମ୍ବାଇ: ମହାରାଷ୍ଟ୍ରର ନାଶିକରେ ଘଟିଛି ଗୋଟିଏ ଲୋମହର୍ଷଣକାରୀ ଘଟଣା। ବାପ-ପୁଅ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ନିଜର ପଡ଼ୋଶୀଙ୍କୁ ହତ୍ୟା କରିଛନ୍ତି। ପଡ଼ୋଶୀଙ୍କୁ ହାଣି ହତ୍ୟା କରିବା ପରେ ବାପ-ପୁଅ ତାଙ୍କର କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଛନ୍ତି। ସେଠାରେ ଉଭୟ ଆତ୍ମସମର୍ପଣ କରିଥିଲେ ହେଁ ପୁଲିସ୍ ସେମାନଙ୍କ କାଣ୍ଡ କାରନାମା ଶୁଣି ପୂରା ସ୍ତବ୍ଧ ହୋଇଯାଇଛି। ନବବର୍ଷର ପ୍ରଥମ ସକାଳରେ ନାନାଶି ଗାଁରେ ପୂରା ଘଟଣା ଘଟିଛି। ୪୦ ବର୍ଷୀୟ ସୁରେଶ ଓ ତାଙ୍କ ପୁଅ ପଡ଼ୋଶୀ ଭାବେ ରହୁଥିବା ୩୫ ବର୍ଷୀୟ ଗୁଲାବ ରାମଚନ୍ଦ୍ର ୱାଘମାରେଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିଲେ। ଏହାପରେ ରାମଚନ୍ଦ୍ରଙ୍କ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଇଥିଲେ।

ଶେଷରେ ରକ୍ତଭିଜା କଟା ମୁଣ୍ଡକୁ ଧରି ସେମାନେ ନାନାଶି ଆଉଟପୋଷ୍ଟ ପୁଲିସ୍ ଚୌକରେ ପହଞ୍ଚିଥିଲେ। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବା ପରେ ସେମାନେ ଘଟଣାକୁ ସ୍ୱୀକାର କରିଛନ୍ତି। ବାପ-ପୁଅ କେବଳ ଭୟଙ୍କର ହତ୍ୟାକାଣ୍ଡ ଘଟାଇ ନାହାନ୍ତି। ବରଂ ଉଭୟ ପୀଡ଼ିତଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ଓ ତାଙ୍କ କାରକୁ ଜାଳି ଦେଇଛନ୍ତି। ଘଟଣାକୁ ନେଇ ପୂରା ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏଥିପାଇଁ ସ୍ଥାନୀୟ ପୁଲିସ୍ କର୍ମୀଙ୍କ ସହ ଏସଆରପିଏଫ ଯବାନମାନଙ୍କୁ ମୁତୟନ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ହତ୍ୟାକାରୀ ଓ ପୀଡ଼ିତ ପଡ଼ୋଶୀ ଭାବେ ରହୁଥିଲେ। ଉଭୟ ପରିବାର ମଧ୍ୟରେ ବିବାଦ ରହିଥିଲା। ଉଭୟ ପରସ୍ପର ବିରୋଧରେ ଡିସେମ୍ବର ୩୧ରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହାର ଦିନକ ପରେ ସୁରେଶ ଓ ତାଙ୍କ ପୁଅ ମିଳିତ ଭାବଆ ରାମଚନ୍ଦ୍ରଙ୍କୁ ହତ୍ୟା କରିଛନ୍ତି। ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking