29.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ

ଜମ୍ମୁ-କଶ୍ମୀର: ଅନନ୍ତନାଗ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗର ଡାକସୁମ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଯେଉଁଠାରେ ଏକ କାର୍ରେ ଯାଉଥିବା ସମସ୍ତ ୮ ଜଣ ଲୋକ ଖାଲକୁ ଖସି ପଡ଼ିଥିଲେ । ଦୁର୍ଘଟଣାଗ୍ରସ୍ତ ସୁମୋ ଗାଡ଼ିଟି ଜମ୍ମୁ ଅଞ୍ଚଳର କିସ୍ତୱାରରୁ ଆସୁଥିଲା । ଡାକ୍ସମ ନିକଟରେ ଅନିୟନ୍ତ୍ରିତ ଭାବରେ ଏହା ରାସ୍ତା ତଳକୁ ଖସି ପଡ଼ିଥିଲା ।

ଏହି ଦୁର୍ଘଟଣାରେ ୫ ଜଣ ଶିଶୁ, ୨ ଜଣ ମହିଳା ଓ ଜଣେ ପୁରୁଷ ପୁଲିସ କର୍ମଚାରୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ବାହାର କରିଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଏହି ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ଇମତିଆଜ ଅହମ୍ମଦ ତାଙ୍କ ୫ ପିଲା ଓ ୨ ଜଣ ମହିଳାଙ୍କ ସହ କାରରେ ଯାଉଥିବା ବେଳେ କିଶ୍‌ତୱାର-ଅନନ୍ତନାଗ ରାସ୍ତାର ଅରଶାନ୍ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିଲା । ଏହାପରେ ଗାଡିଟି ଏକ ଖାଲକୁ ଖସି ପଡ଼ିଥିଲା । ମୃତ ଇମ୍‌ତିଆଜ୍ କିଶ୍‌ତୱାରରୁ ମାଡୱାସ୍ଥିତ ନିଜ ଘରକୁ ଆସୁଥିଲେ, ଯେଉଁଠାରେ ସେ ପୋଲିସ ଡ୍ୟୁଟିରେ ନିୟୋଜିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking