27.1 C
Bhubaneswar
Sunday, September 8, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ମୃତ

ଭବାନୀପାଟଣା: ଥମୁନି ସଡ଼କ ଦୁର୍ଘଟଣା । ଗୋଟିଏ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ନବରଙ୍ଗପୁରର ଦୁଇଜଣ , କଳାହାଣ୍ଡିର ଦୁଇଜଣ  ଏବଂ ଦେବଗଡର ଦୁଇଜଣ ବ୍ୟକ୍ତି  ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ନବରଙ୍ଗପୁରରେ ଗୁରୁବାର ରାତିରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ଉମରକୋଟ ସହରର ଆଦର୍ଶ ବିଦ୍ୟାଳୟ  ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଏକ ବାଇକକୁ ଘୋଷାଡି ନେଇଥିଲା ଟ୍ରକ । ଫଳରେ ୨ ଆାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିଲା । ସେମାନେ ହେଲେ ଉମରକୋଟ ପୌରାଞ୍ଚଳ ଚଢେଇଗୁଡା ଗାଁର ମହେଶ ଗଣ୍ଡ ଓ ଅଜୟ ସୁନା । ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ ଏବଂ କ୍ଷତପୂରଣ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking