17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଭୟଙ୍କର ସଡକ ଦୁର୍ଘଟଣା : ୪ ମୃତ

ଭୟଙ୍କର ସଡକ ଦୁର୍ଘଟଣା : ୪ ମୃତ

ଧନବାଦ : ଝାଡ଼ଖଣ୍ଡର ଧନବାଦରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫଳରେ ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ବରୱଆଡ୍ଡା ଥାନା ଅଧୀନ ଲୋହାରବରୱାରେ ଜିଟି ରୋଡରେ ଏକ କାରକୁ ଅଜଣା ଭାରୀଯାନ ଧକ୍କା‌ ଦେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭୁଲ ରାସ୍ତାରେ କାର ଚଳାଇ ଅନ୍ୟ ଏକ ବାହନକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି। ପୁଲିସ କହିଛି ମଙ୍ଗଳବାର ରାତି ସାଢ଼େ ୧୧ଟାରେ ଧନବାଦର ୫ ଜଣ ଯୁବକ କାର୍‌ରେ ଜିଟି ରୋଡ ଆସିଥିଲେ। ବରୱଆଡ୍ଡା କିସାନଛକ ନିକଟରେ ସେମାନେ ଭୁଲ ରାସ୍ତାରେ ଆଗକୁ ବଢୁଥିଲେ। କିସାନଛକରୁ ଅଳ୍ବ ବାଟ ଗଲାପରେ ଲୋହରବରୱା ପାଖରେ ପହଞ୍ଚିଥିଲେ। ସେହି ସମୟରେ ଏକ ଅଜଣା ଭାରୀ ଯାନ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଭାରୀଯାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କାରଟି ଏତେ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଯେ, ଚିହ୍ନିବା ଅସୁବିଧା ହେଉଛି। ଏହି ଘଟଣା ପରେ ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଗୁରୁତର ଲୋକଙ୍କୁ କାର ଭିତରୁ ବାହାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି। ପୁଲିସ କହିଛି କାର ଭିତରୁ ମଦ ବୋତଲ ମିଳିଛି। ମୃତକମାନଙ୍କ ମଧ୍ୟରେ ରାଂଗାଟାଣ୍ଡ ଶ୍ରମିକଛକର ନିକଟରେ ଏକ ଦୋକାନ ଦେଇଥିବା ରାହୁଲ ଗୁପ୍ତା ଅଛନ୍ତି। ଅନ୍ୟ ଏକ ମୃତ ବ୍ୟକ୍ତି ହେଲେ ଗାନ୍ଧୀନଗର ନିବାସୀ ଅଙ୍କିତ। ଅନ୍ୟମାନଙ୍କର ପରିଚୟ ମିଳିପାରି ନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking