19.1 C
Bhubaneswar
Sunday, January 11, 2026
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଆମେଠି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଆମେଠି କୋତୱାଲି ଅଞ୍ଚଳ ପ୍ରତାପଗଡ ରୋଡ ବାଇପାସରେ ଏକ ଦ୍ରୁତଗାମୀ ଟ୍ରକ ନିୟନ୍ତ୍ରଣ ହରାଇ ଏକ ସ୍କୁଟିରେ ଆସୁଥିବା ୩ ଯୁବକଙ୍କୁ ଧକ୍କା ଦେଇଥିଲା । ୩ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଟ୍ରକଟି ଦ୍ରୁତଗାମୀରେ ଆସି ନିୟନ୍ତ୍ରଣ ହରାଇ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ସ୍କୁଟିଟି ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଗାଡି ଛାଡି ଘଟଣାସ୍ଥଳରୁ ପେରାର ହୋଇଯାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ୩ ଜଣଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ସ୍ଥାନୀୟ ମେଡିକାଲକୁ ପଠାଇଥିଲେ । ସେଠାରେ ଚିକିତ୍ସା ସମୟରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ଟ୍ରକ ଡ୍ରାଇଭରକୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରି ତଦନ୍ତ ଜାରି ରଖିଛି । ତେବେ ମୃତକଙ୍କ ପରିବାର ଲୋକେ ଏହି ଦୁଃଖଦ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking