18.1 C
Bhubaneswar
Monday, December 22, 2025
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ବ୍ରହ୍ମପୁର : ଜରଡ଼ା ଥାନା ତୁମ୍ବା ଫାଣ୍ଡି ବଙ୍ଗଳା ଛକ ଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ସାମନ୍ତରାପୁର ପଞ୍ଚାୟତ ତାଳ ପଦର ଗ୍ରାମର ହୋଇଥିବା ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ସୂଚନା ଅନୁସାରେ, ଜରଡ଼ା ଥାନା ତୁମ୍ବା ଫାଣ୍ଡି ବଙ୍ଗଳା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଟ୍ରାକ୍ଟର ରାସ୍ତାରେ ଯାଉଥିବା ବେଳେ ସ୍ପିଡ଼ରେ ଆସୁଥିବା ଏକ ବାଇକକୁ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ବାଇକ ରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲା ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଥିଲା। ତେବେ ଅନ୍ୟ ଦୁଇଜଣ ରାସ୍ତାର ଅନ୍ୟ ପାର୍ଶ୍ୱରେ ଛିଟିକି ପଡ଼ିଥିଲେ ଫଳରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତେଣୁ ସ୍ଥାନୀୟ ଲୋକେ ତୁରନ୍ତ ସେହି ଦୁଇଜଣଙ୍କୁ ଉଦ୍ଧାର କରି ପାତ୍ରପୁର ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଖବର ପାଇ ତୁମ୍ବା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ମୃତଦେହ ବ୍ୟବଛେଦ ଲାଗି ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି। ଏହାସହିତ ବାଇକ ଓ ଟ୍ରାକ୍ଟର ଜବତ ପୋଲିସ ଷ୍ଟେସନକୁ ପଠାଇ ଘଟଣାର ତଦନ୍ତ କରୁଛି ପୋଲିସ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking