29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସୁଦାନରେ ବଡଧରଣର ବିମାନ ଦୁର୍ଘଟଣା

ସୁଦାନରେ ବଡଧରଣର ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ: ସୁଦାନରେ ଆଜି ଏକ ବଡଧରଣର ବିମାନ ଦୁର୍ଘଟଣା ଘଟିଛି | ସୈନ୍ୟମାନଙ୍କୁ ନେଇ ଯାଉଥିବାର ବିମାନ ଦୁର୍ଘଟଣାର ଶିକାର ହୋଇଛି | ଓମଡୁରମାନ ସହରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେନା ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର   ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ଏପି ରିପୋର୍ଟ ଅନୁଯାୟୀ, ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଦୁର୍ଘଟଣାରେ ଅନେକ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପଛର ମୁଖ୍ୟ କାରଣ ବିଷୟରେ କୌଣସି ସୂଚନା ନାହିଁ। ସୁଦାନ ସେନା ରିପୋର୍ଟ ଅନୁଯାୟୀ, ମଙ୍ଗଳବାର   ୱାଡି ସୟଦନା ଏୟାରବେସ୍ ରୁ ଉଡ଼ାଣ ଭରିବା ସମୟରେ ସେନାର ଆଣ୍ଟୋନୋଭ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି, ଯେଉଁମାନେ ଚିକିତ୍ସାଧୀନ ଅଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking