ଗଞ୍ଜାମ : ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ । ଗଞ୍ଜାମ ଜରଡ଼ା ଥାନା ଇଲାକା ପାତ୍ରପୁର ବ୍ଳକ ଶୋଳାଭାଗପେଣ୍ଠ ଗ୍ରାମର ଜଣେ ଯୁବତୀଙ୍କୁ ମରାନ୍ତକ ଆକ୍ରମଣ ହୋଇଛି । ଲହୁଲୁହାଣ ହୋଇଥିବା ଯୁବତୀ ଜଣକ ହେଲେ କେ. କଇରାଙ୍କ ସାନ ଝିଅ ସୁଇଟି। ବାପା ଛେଳି ଚରାଇବା ପାଇଁ ବାହାରକୁ ଯାଇଥିବା ବେଳେ ମାଆ କୌଣସି କାମରେ ଚିକିଟି ଯାଇଥିଲେ। ଶନିବାର ଅପରାହ୍ନରେ ଘର ଭିତରକୁ ଆସି ଦୁଇ ଜଣ ଦୁର୍ବୁତ୍ତ ମୁହଁରେ କନା ବାନ୍ଧି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଚର୍ଚ୍ଚା ହେଉଛି ।ଯୁବତୀଙ୍କ ବେକ ଓ ଶରୀରର ବିଭିନ୍ନ ସ୍ଥାନକୁ କ୍ଷତବିକ୍ଷତ କରାଯାଇଛି । ଗୁରୁତର ଯୁବତୀଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଗୁରୁତର ହେତୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରୀତ କରାଯାଇଛି । ଏନେଇ ଜରଡ଼ାଥାନା ଅଧିକାରୀ ମିନାକ୍ଷୀ ଦଳବେହେରାଙ୍କ ସହ ଯୋଗାଯୋଗ କରିବାରୁ ତଦନ୍ତ ଚାଲିଛି ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି କାହିଛନ୍ତି।










