ଭୁବନେଶ୍ବର :ଭୁବନେଶ୍ବର ନୂଆପଲ୍ଲୀରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଗାପୂଜା ମଣ୍ଡପ ସାମ୍ନାରେ ଡମ୍ପରକୁ ପଛରୁ ଧକ୍କା ଦେଲା ସ୍ପିଡ୍ ବାଇକ୍ । ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ସହ ଡମ୍ପର ପଛପଟେ ପଶିଯାଇଥିଲେ ଚାଳକ । ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଇଛି ପୋଲିସ । ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି । ସେପଟେ ରେଢ଼ାଖୋଲ ଧଉରାଖମଣ ନିକଟରେ ଦୁର୍ଘଟଣା । ସଙ୍କିର୍ତ୍ତନ ସାରି ସୁବଳୟା ଟାମକିଆଦାଦର ଗାଁକୁ ଫେରିବା ବେଳେ ଓଲଟିଲା ପିକଅପ ଭ୍ୟାନ। ୨୨ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।










