18.1 C
Bhubaneswar
Thursday, February 5, 2026
Homeଓଡିଶାବାତ୍ୟା ଚିନ୍ତାରେ ଚାଷୀକୂଳ: ଧାନ ଚାଷ ପ୍ରଭାବିତ ଆଶଙ୍କା

ବାତ୍ୟା ଚିନ୍ତାରେ ଚାଷୀକୂଳ: ଧାନ ଚାଷ ପ୍ରଭାବିତ ଆଶଙ୍କା

ନିଶ୍ଚିନ୍ତକୋଇଲି: ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଧାନଚାଷକୁ ପ୍ରାଧାନ୍ୟ ଦିଆଯାଉଥିଲା ବେଳେ ଏହି ଅଞ୍ଚଳର ବହୁ ଚାଷୀ ଧାନ ଚାଷ ଉପରେ ନିର୍ଭରକରି ନିଜର ପରିବାର ପ୍ରତିପୋଷଣ କରନ୍ତି। ଏବେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ବାତ୍ୟାର ରୂପ ନେବା କଥା ବିଭିନ୍ନ ଗଣମାଧ୍ୟମରୁ ଖବର ପାଇବା ପରେ ଚିନ୍ତାରେ ଧାନ ଚାଷୀ। ବର୍ତ୍ତମାନ ଧାନ ଚାଷରେ ଧାନ ପେଣ୍ଡା କାଢି ଆହାର ଖାଉଥିବା ବେଳେ ଯଦି ପବନ ହୁଏ ତାହାହେଲେ ଧାନା ପେଣ୍ଡଗୁଡିକ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।

ଏଣୁ ଏହି ବ୍ଲକ ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ଧାନ ଚାଷ କରିଥିବା ଚାଷୀ ଚଳିତ ବର୍ଷ ଭଲ ଅମଳକୁ ନେଇ ବହୁ ଆଶାବାଦୀ ଥିଲେ। ହେଲେ ବର୍ତ୍ତମାନ ବାତ୍ୟା ଦାନାର ପ୍ରଭାବରେ ତାହା ନଷ୍ଟ ହୋଇଥିବାର ଆଶଙ୍କାକୁ ନେଇ ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଚାଷୀମାନେ ବିଭିନ୍ନ ହାତ ଉଧାରୀ, ଜାତୀୟକରଣ ବ୍ୟାଙ୍କ ଓ ସାହୁକାରଠାରୁ ଅର୍ଥ ଆଣି ଧାନଚାଷ କରିଥିଲା ବେଳେ ଯଦି ବାତ୍ୟାରେ ଧାନ ଫସଲ ନଷ୍ଟ ହୁଏ ତେବେ ସେମାନେ କିପରି ଏହି ଋଣ ପରିଶୋଧ କରିବେ ତାହାକୁ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି। ବର୍ତ୍ତମାନ ରାଜ୍ୟ କେନ୍ଦ୍ର ସରକାର ଚାଷୀ କୂଳକୁ ସହଯୋଗର ହାତ ନ ବଢ଼ାଇଲେ ଚାଷୀକୂଳ ଭାସିଯିବେ ବୋଲି ମତପ୍ରକାଶ ପାଇଛି। ଅପରପକ୍ଷରେ ରାଜ୍ୟ ସରକାର ଚାଷୀମାନଙ୍କୁ ସିଏମ୍ କିଷାନ ଓ କେନ୍ଦ୍ର ସରକାର ପିଏମ୍ କିଷାନ ଯୋଜନାରେ ଯୋଗାଇ ଦେଉଥିଲା ବେଳେ ଚାଷୀକୂଳ ବେଶ୍ ଆନନ୍ଦିତ ଥିଲେ। ଏହି ବାତ୍ୟାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବହୁ ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking