32.1 C
Bhubaneswar
Monday, June 2, 2025
Homeଓଡିଶାକାଲି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା

କାଲି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା

ଭୁବନେଶ୍ୱର: ଆଉ ମିଳିବନି କାଳିଆ ଟଙ୍କା! ଓଡ଼ିଶାରେ ନୂଆ ସରକାର ଗଠନ ପରେ ଏହାକୁ ବନ୍ଦ କରି ନୂଆ ଯୋଜନା ମଧ୍ୟ ଲାଗୁ କରାଯାଇଛି । ଅର୍ଥାତ୍ ଏଥର ଆଉ କୃଷକମାନଙ୍କୁ କାଳିଆ ଟଙ୍କା ମିଳିବନି, ବରଂ ତା ବଦଳରେ ସିଏମ୍ କିଷାନ ଯୋଜନା ଅଧୀନରେ ଟଙ୍କା ମିଳିବ । ଆସନ୍ତାକାଲି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା । ଅକ୍ଷ୍ୟ ତୃତୀୟାରେ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ୨ ହଜାର ଟଙ୍କା ଲେଖାଏଁ ପାଇବେ ଚାଷୀ । ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୧ ହଜାର କୋଟି ଟଙ୍କା । ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ମିଳୁଛି ୪ ହଜାର ଟଙ୍କା । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଦେବେ ସରକାର । ସେହିପରି ପିଏମ କିଷାନ ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ମିଳୁଛି ୬ ହଜାର ଟଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking