21.1 C
Bhubaneswar
Thursday, December 26, 2024
Homeଓଡିଶାବେଦାନ୍ତ ନେଇଥିବା ଜମି ଫେରି ପାଇବେ ଚାଷୀ : ସୁରେଶ ପୂଜାରୀ

ବେଦାନ୍ତ ନେଇଥିବା ଜମି ଫେରି ପାଇବେ ଚାଷୀ : ସୁରେଶ ପୂଜାରୀ

ଭୁବନେଶ୍ୱର : ଦିନେ ଦୁଇ ଦିନ ଭିତରେ ଚାଷୀ ମାନଙ୍କୁ ସେମାନଙ୍କ ଜମି ଫେରାଇ ଦିଆଯିବ । ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ପୁରୀରେ ବିଶ୍ବବିଦ୍ୟାଳୟ ପାଇଁ ବେଦାନ୍ତ ନେଇଥିବା ଜମି ଫେରିପାଇବେ ଚାଷୀ । ୨୦୦୬ ମସିହା ଜୁଲାଇ ୧୯ ତାରିଖରେ ବେଦାନ୍ତ ଫାଉଣ୍ଡେସନ ସାଙ୍ଗରେ ଚୁକ୍ତିନାମା କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ଏମଓୟୁ  ହେବା ପରେ ତିନିଥର ନାଁ ପରିବର୍ତ୍ତନ ହୋଇଥିଲା । ୨୨ ଗାଁର ଲୋକେ ବାସଚ୍ୟୁତ ହୋଇଥିଲେ । ୪ ହଜାର ଶହେ ୭୮.୮୪ ଏକର ଘରୋଇ ଜମି ଦିଆଯାଇଥିଲା । ବାସଚ୍ୟୁତ ଲୋକଙ୍କ ମଧ୍ୟରୁ ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ୨୦୨୩ ରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରି ସମସ୍ତଙ୍କ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାକୁ ବିରୋଧ କରି ବେଦାନ୍ତ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାୟମ ରଖିଥିଲେ । କାଗଜପତ୍ରରେ ଆଦେଶ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଦୁଇ ଦିନ ଭିତରେ ସରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking