21.1 C
Bhubaneswar
Monday, January 12, 2026
Homeଓଡିଶାଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ଧର୍ମଗଡ଼: ଇନ୍ଦ୍ରାବତୀ ପ୍ରକଳ୍ପରୁ ଚିଲିଚିଲା ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ ଜଳସେଚନ ଦାବି କରି ଆଜି ଧର୍ମଗଡ଼ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଚିଲିଚିଲା ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ କେନାଲପାଣି ଯୋଗାଇଦେବାକୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଉପଖଣ୍ଡ ପ୍ରଶାସନ ନିକଟରେ ଦାବି କରାଯାଇଥିଲା।  ଆଲୋଚନା ପରେ ବି ଜଳସେଚନ ନେଇ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆଜି ଚାଷୀ ସଂଗଠନ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଚଳିତ ବର୍ଷ ଜଳସ୍ତର କମ୍ ରହିଥ‌ିବା ଦର୍ଶାଇ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ପ୍ରତିବାଦ କରି ଚାଷୀ ସଙ୍ଗଠନ ପକ୍ଷରୁ କିଛି ଦିନ ତଳେ ଧର୍ମଗଡ଼ ଚାରିଛକ ନିକଟରେ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଓ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳକୁ ଧର୍ମଗଡ଼ ଉପ ଜିଲ୍ଲାପାଳ ଆସି ଚାଷୀ ନେତା ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ବିଚାରବିମର୍ଶ ଚାଲିଛି ବୋଲି କହି କିଛିଦିନ ସମୟ ମାଗିବା ପରେ ରାସ୍ତା ଅବରୋଧ ହଟିଥିଲା। କିନ୍ତୁ ୭ ଦିନ ବିତି ଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ  କିମ୍ବା ଉପଜିଲ୍ଲାପାଳଙ୍କଠାରୁ କୌଣସି ପ୍ରତିଶ୍ରୁତି ମିଳିନଥିବା ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ  ଧାରଣାରେ ବସିଥିବା ଆନ୍ଦୋଳନକାରୀମାନେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking