ଭୁବନେଶ୍ୱର: ଚାଷୀଙ୍କ ପଞ୍ଜୀକରଣ ଅବଧି ବଢିବ । ଅବଧି ବଢିବା ନେଇ ଯୋଗାଣ ମନ୍ତ୍ରୀ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଯେଉଁମାନେ ଚାଷ ଛାଡିଥିଲେ ସେମାନେ ଚାଷକୁ ଫେରୁଛନ୍ତି । ୧୯ ଲକ୍ଷ ୬୬ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଯେଉଁ ଚାଷୀ ରହିଗଲେ ତାଙ୍କ କଥା ବିଚାର ଚାଲିଛି । ଶୀଘ୍ର ନିଷ୍ପତ୍ତି ନିଆଯିବ, ପଞ୍ଜୀକରଣ ଅବଧି ବଢିବ ।










