34.1 C
Bhubaneswar
Thursday, April 10, 2025
Homeଓଡିଶାରାସ୍ତାରେ କ୍ଷୀର ଢାଳି ଚାଷୀଙ୍କ ପ୍ରତିବାଦ

ରାସ୍ତାରେ କ୍ଷୀର ଢାଳି ଚାଷୀଙ୍କ ପ୍ରତିବାଦ

ଭଦ୍ରକ: ରାସ୍ତାରେ କ୍ଷୀର ଢାଳି ଚାଷୀଙ୍କ ତଥା ଗୋପାଳକଙ୍କ ପ୍ରତିବାଦ । ରାସ୍ତାରେ ଢାଳିଦେଲେ ଡ୍ରମ୍ ଡ୍ରମ୍ କ୍ଷୀର । ଭଦ୍ରକ ଚାନ୍ଦବାଲି ଏନଏସିରେ ଚାନ୍ଦବାଲି ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଆଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଚାନ୍ଦବାଲି ଅଞ୍ଚଳର କ୍ଷୀର ଚାଷୀମାନେ ରାସ୍ତାରେ କ୍ଷୀର  ଢାଳି ପ୍ରତିବାଦ କରିଛନ୍ତି । ଗୋପାଳକଙ୍କ ଅଭିଯୋଗ , ଚାନ୍ଦବାଲି ଦୁଗ୍ଧ ଉତ୍ପାଦନ କେନ୍ଦ୍ର ପକ୍ଷରୁ କ୍ଷୀରକୁ ନିମ୍ନମାନର ଦର୍ଶାଯାଉଛି ଏବଂ ନେବାକୁ ମନା କରୁଛନ୍ତି।  ଯାହା ଫଳରେ ଚାଷୀମାନେ କ୍ଷତି ସହୁଛନ୍ତି । ପ୍ରାୟ ଏକ ହଜାର ଲିଟରରୁ ଅଧିକ କ୍ଷୀରର ମାନ ଖରାପ ଦେଖାଇ ନାକଚ କରିଥିଲେ ସମବାୟ ସମିତିର କର୍ମଚାରୀ।  ଚାଷୀମାନଙ୍କୁ କ୍ଷୀରର ମୂଲ୍ୟ ୩୦ରୁ ୩୨ ଟଙ୍କା ଲିଟର ପିଛା ଦିଆଯାଉଛି କିନ୍ତୁ ଏହି କ୍ଷୀର ବଜାରରେ ୫୪ଟଙ୍କା ବିକ୍ରି କରୁଛି । ଏଥିପାଇଁ ଚାଷୀମାନେ ବାରମ୍ବାର ସମିତି ନିକଟରେ ମୂଲ୍ୟ ବଢ଼ାଇବାକୁ ଦାବୀ କରିଥିଲେ ମଧ୍ୟ ବାଲେଶ୍ୱର ଭଦ୍ରକ ଜିଲା ସମବାୟ ଦୁଗ୍ଧ ସମିତି ଦାବି ଗ୍ରହଣ କରୁନାହାନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking