ଯାଜପୁର: ଯାଜପୁର ଜିଲ୍ଲା ରେ ଧାନ ମଣ୍ଡି କାଗଜ କଲମ ରେ ଖୋଲିଚି l ମନ୍ତ୍ରୀ ଙ୍କ ଭାଷଣ ବାଜ ରେ ଚାଷୀ ମଣ୍ଡି ରେ ସରକାରଙ୍କ ଧର୍ଯ୍ୟ ରେ ବିକ୍ରି କରୁଛନ୍ତି l ଡବଲ ଇଞ୍ଜିନ ସରକାର ଙ୍କ ମିଛୁଆ ସରକାର ଦାକା ବାଜ ସରକାର ଲୋକେ କହୁଛନ୍ତି ଧାନ ମଣ୍ଡି ଖୋଲିବା ର ବିଳମ୍ବ କଣ ସରକାର ଙ୍କୁ ପ୍ରଶ୍ନ ପଚାରୁଛନ୍ତି l ଏବେ ଚାଷୀ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ କୁ ଘେରୁ ଛନ୍ତି ଚାଷୀ ଧାନ ନିଅ ତାଙ୍କ ଦିଅ ଯାଜପୁର ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅରେଇ, ଘଣ୍ଟିଆଳି , ଚିକଣା, ଗୁହାଳୀ ସମେତ ବିଭିନ୍ନ ଅଞ୍ଚଳର ଚାଷୀ ଓ କୃଷକ ନେତା । ବିଂଝାରପୁରରେ ମିଲର ୭ପ୍ରତିଶତ କଟନିଛଟନୀ ସହ ଝୋଟ ଅଖାରେ ଧାନ ନେବାପାଇଁ ଜିଦ ଧରିଥିବାରୁ ଏ ଯାଏ ମଣ୍ଡି ରୁ ଧାନ ଉଠି ନ ଥିବା ବେଳେ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ କୃଷକ ନେତା ସରୋଜ କୁମାର ସମାଲଙ୍କ ନେତୃତ୍ୱରେ ସୂର୍ଯ୍ୟକାନ୍ତ ଦାସ, ଉପେନ୍ଦ୍ର ସାମଲ ପ୍ରମୁଖ ଚାଷୀ ମାନେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପ୍ରଶାସନ ସହ ଆଲୋଚନା କରିଛନ୍ତି। ମଣ୍ଡିରେ ଝୋଟ ଅଖା ରେ ଧାନ ଦେବା, ବିଭିନ୍ନ ମଣ୍ଡିରେ ଏଯାଏ ଧାନ ନଉଠିବା, ଟୋକନ ପରିମାଣ କମ କରିବା, କଟନୀ ଛଟନୀକୁ ପ୍ରତିବାଦ କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି ଚାଷୀ । ମିଲର ମାନେ ଧାନ ଉଠାଇବାରେ ବିଳମ୍ବ କରୁଥିବାରୁ ଚାଷୀ ମାନେ ବାଧ୍ୟ ହୋଇ ଅଭାବି ବିକ୍ରିର ସାମ୍ନା ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ତୁରନ୍ତ ସମସ୍ୟାର ସମାଧାନ କରା ନଗଲେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି। ଏହି ଅବସରରେ କୃଷକ ନେତା ବିଜୟ ସାମଲ , ଚନ୍ଦ୍ର ଶେଖର ଧଳ, ଟୁକୁ ବରାଳ, ଗୌରାଙ୍ଗ ଚରଣ ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ କୁ ଅଵଗତ କରିଥିଲେ।










